ଐତିହ୍ୟ ସାଲେଭଟା ମା ପାଟଣେଶ୍ୱରୀ ଦେବୀଙ୍କ ବଏଲଯାତ୍ରା
ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମରେ ଗୋଟିଏ ଗମ୍ଭିରାରେ ମାଁ ପାଟଣେଶ୍ୱରୀ ମା ସମଲେଶ୍ୱରୀ ପୂଜା ପାଉଛନ୍ତି । ଏହି ଐତିହ୍ୟ ପୀଠରେ ଦଶହରା ଓ ନବରାତ୍ରିି ପୂଜା ଆୟୋଜିତ ହୋଇଥିଲା । ପାଟଣା ଶାସନ ସମୟରେ ତନ୍ତ୍ର ମନ୍ତ୍ର ପୀଠ ଭାବରେ ବେଶ ପରିଚିତ
ଐତିହ୍ୟ ସାଲେଭଟା ମାଁ ପାଟଣେଶ୍ୱରୀ ଦେବୀଙ୍କ ବଏଲଯାତ୍ରା


ଐତିହ୍ୟ ସାଲେଭଟା ମାଁ ପାଟଣେଶ୍ୱରୀ ଦେବୀଙ୍କ ବଏଲଯାତ୍ରା


ଐତିହ୍ୟ ସାଲେଭଟା ମାଁ ପାଟଣେଶ୍ୱରୀ ଦେବୀଙ୍କ ବଏଲଯାତ୍ରା


ଐତିହ୍ୟ ସାଲେଭଟା ମାଁ ପାଟଣେଶ୍ୱରୀ ଦେବୀଙ୍କ ବଏଲଯାତ୍ରା


ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.)-

ବଲାଙ୍ଗିର ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମରେ ଗୋଟିଏ ଗମ୍ଭିରାରେ ମାଁ ପାଟଣେଶ୍ୱରୀ ମା ସମଲେଶ୍ୱରୀ ପୂଜା ପାଉଛନ୍ତି । ଏହି ଐତିହ୍ୟ ପୀଠରେ ଦଶହରା ଓ ନବରାତ୍ରିି ପୂଜା ଆୟୋଜିତ ହୋଇଥିଲା । ପାଟଣା ଶାସନ ସମୟରେ ତନ୍ତ୍ର ମନ୍ତ୍ର ପୀଠ ଭାବରେ ବେଶ ପରିଚିତ । ୨୬ଟି ଗଡ ମଧ୍ୟରେ ସାଲେଭଟା ଗଡ ବେଶ ପରିଚୟ ଥିଲା । ରାଜା ବଳରାମ ଦେଓ ଙ୍କ ଗଡରେ ଏହି ପୀଠରେ ତନ୍ତ୍ର ମନ୍ତ୍ର ସାଧନାର ପୀଠ ଥିଲା । ରାଜାଙ୍କ ଖମାରରେ ପୂଜା ପାଉଛନ୍ତି ଦୁଇ ଭଉଣୀ । ଗତ ୨୧ ତାରିଖ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ଦିନ ମାଁ ଙ୍କ ଧବଳମୁଖି ବେଶ, ୨୨ ତାରିଖ ଦିନ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ଦିନ ପୂଜାରମ୍ଭ ଓ ଘଟ ସ୍ଥାପନ ହୋଇଥିଲା ଓ ଅଖଣ୍ଡ ଦ୍ୱିପ ଭକ୍ତମାନେ ପ୍ରଜ୍ଜଳନ କରିଥିଲେ । ୨୯ ତାରିଖ ସୋମବାର ଦିନ ମାଁ ପାଟଣେଶ୍ୱରୀ ଙ୍କ ବଏଲଯାତ୍ରା ଗ୍ରାମରେ ଶୋଭାଯାତ୍ରା ବାହାରି ଦର୍ଶନ ଦେଇଥିଲେ । ବଏଲ ଯାତ୍ରାରେ ବିଭିନ୍ନ ମାନସିକଧାରିମାନେ ମାଁ ଙ୍କୁ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ଜିଲ୍ଲାରୁ ତଥା ଗାଁ ରୁ ଭକ୍ତଙ୍କ ସୁଅ ଛୁଟିଥିଲା । ଗତ ସୋମବାର ଦିନ ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଛତର ବୈରବ ଢୋଲ ନିସାନ ତାସା ଓ ଘଣ୍ଟ ବାଦ୍ୟରେ ମାଁ ଙ୍କର ଶୋଭାଯାତ୍ରା ବାହାରିଥିôଲା । ଶେଷରେ ମାଁ ପାଟଣେଶ୍ୱରୀ ମନ୍ଦିରକୁ ବାହୁଡିଥିଲେ । ମୁଖ୍ୟ ପୂଜକ ପ୍ରକାଶ ଦିସ୍ରୀ ତନ୍ତ୍ର ପୀଠ ରେ ସ୍ଥାପନା ହୋଇ ମାଁ ଙ୍କୁ ଆଗମନ କରିଥିଲେ ।

ମନ୍ଦିର କମିଟିର ସଭାପତି ସଂଗ୍ରାମ କିଶୋରୀ ପଟ୍ଟନାୟକ, କୋଷାଧ୍ୟକ୍ଷ ଟିଙ୍କୁ ବିଶ୍ୱାଲ, ସଂପାଦକ ଜିତୁ ମେହେର, ସହ-ସଂପାଦକ ପ୍ରଭଞ୍ଜନ ସା, କାର୍ଯ୍ୟକାରୀ କମିଟି ସଦସ୍ୟ ନିମାଇଁ ମହାକୁର, ସହଦେବ ଭୁଏ, ଲିକୁନ ପଟ୍ଟନାୟକ, ପ୍ରଶାନ୍ତ ସିକା, ଅଜିତ ମେହେର, ସେବକ ରାଉତ, ସୁରୁ ରାଉତ, ବିକାଶ ଦିସ୍ରୀ, ମିଲୁ ପାଣ୍ଡେ, ସିପୁନ ପଟେଲ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande