ଭୁବନେଶ୍ୱର, ୩୦ ସେପ୍ଟେମ୍ବର (ହି.ସ.)- ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମାଆଙ୍କ ଆଗମନରେ ଗାଁଠୁ ସହର ଉତ୍ସବମୁଖର ହୋଇଛି । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଆଜି ମଣ୍ଡପରେ ମା’ଙ୍କ ମହାଅଷ୍ଟମୀ ପୂଜା ଚାଲିଥିବା ବେଳେ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜା । ମା ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।
ନବରାତ୍ରିର ଅନ୍ତିମ ଅର୍ଥାତ୍ ନବମ ଦିନରେ ଆଜି ବିଭିନ୍ନ ଶକ୍ତିପୀଠରେ ମା’ ଦୂର୍ଗା ସିଦ୍ଧିଦାତ୍ରୀ ବେଶରେ ପୂଜା ପାଉଛନ୍ତି । ପୂଜାରୀ, ସେବକ ମାନେ ରୀତିନୀତି ମୁତାବକ ମା ଙ୍କ ପୂଜାର୍ଚ୍ଚନା କରୁଛନ୍ତି । ନବରାତ୍ରି ଅବସରରେ ଚଳଚଂଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶକ୍ତିପୀଠ ଗୁଡିକ । ରୀତିନୀତିରେ ମା ଙ୍କର ଆଜି ମହାନବମୀ ପୂଜା କରାଯାଉଛି । ଘଂଟ ଘଂଟା ଓ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ସମ୍ପୂର୍ଣ ପରିବେଶ । ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତମାନେ ମାଆଙ୍କ ବେଶ ଦର୍ଶନ କରି କରୁଣା ଲାଭ କରୁଛନ୍ତି । ମା' ଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ