ନଦୀବନ୍ଧ ପଥରପ୍ୟାକିଂ କରିବା ପାଇଁ ଗ୍ରାମବାସୀଙ୍କ ଦାବି
କେନ୍ଦ୍ରାପଡା, ୩୦ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ପରକୁଳା ପଂଚାୟତ ଅଙ୍କୁଓ ଗ୍ରାମ ଚିତ୍ରତ୍ପଳା ନଦୀ କୂଳରେ ଅବସ୍ଥିତ । ଏହି ଗ୍ରାମର ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଚିତ୍ରୋତ୍ପଳା ନଦୀକୂଳରେ ରୁହନ୍ତି । ଚିତ୍ରୋତ୍ପଳା ନଦୀବନ୍ଧଟି ଅସୁରକ୍ଷିତ ହୋଇପଡିଛି
ନଦୀବନ୍ଧ ପଥର ପାର୍କିଂ କରିବା ପାଇଁ ଗ୍ରାମବାସୀଙ୍କ ଦାବି


କେନ୍ଦ୍ରାପଡା, ୩୦ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ପରକୁଳା ପଂଚାୟତ ଅଙ୍କୁଓ ଗ୍ରାମ ଚିତ୍ରତ୍ପଳା ନଦୀ କୂଳରେ ଅବସ୍ଥିତ । ଏହି ଗ୍ରାମର ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଚିତ୍ରୋତ୍ପଳା ନଦୀକୂଳରେ ରୁହନ୍ତି । ଚିତ୍ରୋତ୍ପଳା ନଦୀବନ୍ଧଟି ଅସୁରକ୍ଷିତ ହୋଇପଡିଛି । ପ୍ରତିବର୍ଷ ବର୍ଷାଦିନେ ବନ୍ୟା ସମୟରେ ନଦୀରୁ ଅତଡା ଖାଇଯାଇଥାଏ । ଗ୍ରାମବାସୀଙ୍କର ୩୦ ଏକରରୁ ଉର୍ଦ୍ଧ୍ୱ ଚାଷଜମି ଓ ଘରବାଡ଼ି ଏବେ ଚିତ୍ରୋତ୍ପଳା ନଦୀରେ ଲୀନ ହୋଇସାରିଲାଣି । ଗୁରୁତର ଭାବେ ଦୁର୍ବଳ ଥିବା ନଦୀବନ୍ଧର ବଡ ବଡ ଅତଡା ଗୁଡିକ ଖସିବାରୁ ଏହା ଗ୍ରାମବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ନଦୀବନ୍ଧକୁ ପଥର ପ୍ୟାକିଂ କରିବା ପାଇଁ ଗ୍ରାମବାସୀମାନେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର୍‌.ଆଇ.ଆର୍ ଓ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନଦୀବନ୍ଧ ଖୁବ୍ ଶୀଘ୍ର ପଥର ପ୍ୟାକିଂ କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସେଠୀ ଜଣାଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ପ୍ରଶାନ୍ତ କୁମାର ପରିଡା, ଅକ୍ଷୟ କୁମାର ପରିଡା, ଶିଶିର କୁମାର ପରିଡା, ପ୍ରଫୁଲ୍ଲ ଚନ୍ଦ୍ର ପରିଡା, ରବିନ୍ଦ୍ର ନାଥ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande