ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର କାର୍ଯ୍ୟକାରିଣୀ ବୈଠକ: ୧୨ ତାରିଖ ନୂତନ କର୍ମକର୍ତ୍ତା
ବଲାଙ୍ଗିର, 30 ସେପ୍ଟେମ୍ବର (ହି.ସ.) ଆଜି ଦିବା ୧୧ଘ ସମୟରେ ଶ୍ରୀ ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ବରେ ୩୦ ଜଣରୁ ଉର୍ଦ୍ଧ୍ବ ବରିଷ୍ଠ ବ୍ରାହ୍ମଣଙ୍କ ଉପସ୍ଥିତିରେ ଆଗାମୀ ତା ୧୨-୧୦-୨୦୨୫ ତାରିଖ ଦିନ ହେବାକୁ ଥିବା ନୂତନ ବ୍ରାହ୍ମଣ ସଭା କମିଟି ଗଠନ ନିଷ୍ପତ୍ତି କୁ ସର୍ବସମ୍ମତିକ୍ରମେ ସମର୍ଥନ ବ୍ୟକ୍
ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର କାର୍ଯ୍ୟକାରିଣୀ ବୈଠକ: ୧୨ ତାରିଖ ନୂତନ କର୍ମକର୍ତ୍ତା


ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର କାର୍ଯ୍ୟକାରିଣୀ ବୈଠକ: ୧୨ ତାରିଖ ନୂତନ କର୍ମକର୍ତ୍ତା


ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର କାର୍ଯ୍ୟକାରିଣୀ ବୈଠକ: ୧୨ ତାରିଖ ନୂତନ କର୍ମକର୍ତ୍ତା


ବଲାଙ୍ଗିର, 30 ସେପ୍ଟେମ୍ବର (ହି.ସ.)

ଆଜି ଦିବା ୧୧ଘ ସମୟରେ ଶ୍ରୀ ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ବରେ ୩୦ ଜଣରୁ ଉର୍ଦ୍ଧ୍ବ ବରିଷ୍ଠ ବ୍ରାହ୍ମଣଙ୍କ ଉପସ୍ଥିତିରେ ଆଗାମୀ ତା ୧୨-୧୦-୨୦୨୫ ତାରିଖ ଦିନ ହେବାକୁ ଥିବା ନୂତନ ବ୍ରାହ୍ମଣ ସଭା କମିଟି ଗଠନ ନିଷ୍ପତ୍ତି କୁ ସର୍ବସମ୍ମତିକ୍ରମେ ସମର୍ଥନ ବ୍ୟକ୍ତ କରାଗଲା। ଜିଲ୍ଲା କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି କ୍ରମେ ଚୟନ କର୍ତ୍ତା ଏବଂ ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ଯୁକ୍ତି ଯୁକ୍ତ ବୋଲି ସର୍ବସମ୍ମତ ମତ ପ୍ରକଶ ପାଇ ଥିଲା।

ଆସନ୍ତା ତା ୧୨-୧୦-୨୦୨୫ ଦିନ ସମଗ୍ର ବ୍ରାହ୍ମଣ ସଭାର ଏକତା ବଜାୟ ରଖି ନୂତନ କମିଟି ଗଠନକୁ ସମସ୍ତେ ସମ୍ମାନ ଦେବାପାଇଁ ସର୍ବସମ୍ମତ ସିଦ୍ଧାନ୍ତ ଗ୍ରହଣ କରାଗଲା।

ଏଇଦିନ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଶ୍ରୀ ସଙ୍କୀର୍ତ୍ତନ ତ୍ରିପାଠୀ,ଶୁଭେନ୍ଦ୍ର ନେପାକ ଏବଂ ବାଳକୃଷ୍ଣ ଷଡ଼ଙ୍ଗୀ ତଥାପ୍ରଭୁଦତ୍ତ ଶତପଥିଙ୍କୁ ଦାୟିତ୍ଵ ଅର୍ପଣ କରାଗଲା। ଏହି ସଭାରେ ସର୍ବ ଶ୍ରୀ ବିରଞ୍ଚି ମିଶ୍ର , ବାଳକୃଷ୍ଣ ଷଡ଼ଙ୍ଗୀ, ମଦନ ପାଣିଗ୍ରାହୀ, ରବୀନ୍ଦ୍ର ପାଣିଗ୍ରାହୀ, ବିପିନ ବିହାରୀ ପଣ୍ଡା, ଶ୍ୟାମସୁନ୍ଦର ଦାଶ, ପ୍ରଭୁଦତ୍ତ ସତପଥି, ସଙ୍କୀର୍ତ୍ତନ ତ୍ରିପାଠୀ, ଦୁର୍ଗା ପ୍ରସାଦ ହୋତା, ଆଦିକନ୍ଦ ଷଡ଼ଙ୍ଗୀ, ସି ପଣ୍ଡା, ଗୋପବନ୍ଧୁ ସତପଥି, ସିଦ୍ଧେଶ୍ୱର ପାଣିଗ୍ରାହୀ,ଜୟ ବିହାରୀ ବେଦବାଗ, ରାମ ସତପଥି, ନଳିନୀକାନ୍ତ ମିଶ୍ର,କବିରାଜ ହୋତା,ସଙ୍କର୍ଷଣ ଆଚାର୍ଯ୍ୟ, ଲୋକ ନାଥ ନେପାକ,ଦିବାକର ହୋତା ଭାସ୍କର ତ୍ରିପାଠୀ, ଶୁଭେନ୍ଦ୍ର ନେପାକ, ନବୀନ ହୋତା, ହରିଶଙ୍କର ଦାନୀ ଏବଂ ଆହୁରି ଅନେକେ ସଭ୍ୟ ଯୋଗଦାନ କରିଥିଲେ।ସମସ୍ତ ବ୍ରାହ୍ମଣ ଦେବତାଙ୍କୁ ପ୍ରଣାମ। କରି ଆଜିର ତା ୩୦-୦୯-୨୦୨୫ ରେ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ରେ ବିପୁଳ ସଙ୍ଖ୍ୟା ରେ ଯୋଗ ଦେଇ ସମାବେଶ କୁ ସଫଳ କରିଥିବାରୁ ସଭାପତି ଶ୍ରୀ ପୁରୋହିତ କୃତଜ୍ଞତା ପ୍ରକାସ କରିଥିଲେ। ସର୍ବଶେଷରେ ବସନ୍ତ ଆଚାର୍ଯ୍ୟ ସଭାପତି ଏବଂ ସମସ୍ତ ସଦସ୍ୟ ମାନଙ୍କୁ ସଭାର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ଭଙ୍ଗ କରାଗଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande