ଆଜିହେବ ମା ଭଗବତୀଙ୍କ ସୁନାବେଶ
ଜୟପୁର, 30 ସେପ୍ଟେମ୍ବର (ହି.ସ.)
ଆରମ୍ଭ ହୋଇଛି ଦଶହରା ମହୋତ୍ସବ। ଗାଁ ଠୁ ସହର ସବୁଆଡେ ଦଶହରା ଭିଡ ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ଲୋକମାନେ ସହର ମଧ୍ୟକୁ ଆସି ସେମାନଙ୍କ ବ୍ୟବସାୟ କରିବା ସହ କିଣା ବିକା କରିବାକୁ ସହର ମଧ୍ୟରେ ଭିଡ ଜମେଇଲେଣି। ଗତ ଷଷ୍ଠୀ ଅବସରରେ ଦଶହରା ପୂଜା କମିଟି ପକ୍ଷରୁ ବସନ୍ତାୟୀ ମନ୍ଦିର ସମ୍ମୁଖରେ ଭୁବନେଶ୍ବର କଳାକାରଙ୍କ ଦ୍ବାରା ଭଜନ ସମାରୋହ କରି ସା˚ସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଦଶହରା ପାଇଁ ସାରା ସହର ଉତ୍ସବ ମୁଖର ହୋଇଥିବା ବେଳେ ପୂଜାକୁ ଉପଭୋଗ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି।
ଦଶହରା ପୂଜା ଅବସରରେ ଗତକାଲି ମଧ୍ୟରାତିରେ ପିଠେ ଅଷ୍ଟମୀ ପୂଜା ସମାପ୍ତ ହୋଇଥିବା ବେଳେ ଆଜି ସକାଳୁ ଲୋକମାନେ ଅଷ୍ଟମୀ ପୂଜା କରିଥିଲେ। ଗତକାଲି ରାତି ଠାରୁ ଦିନ ତମାମ ଭଗବତୀ ମନ୍ଦିର ସମେତ କାଳିକା ମନ୍ଦିର, ବସନ୍ତାଇ ମନ୍ଦିର, ଲୋକେଶ୍ବରୀ ମନ୍ଦିର, ଜଗତଜନନୀ ମନ୍ଦିରରେ ମାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ଷଷ୍ଠୀ ଅବସରରେ ମା କାଳୀକାଙ୍କ ସୁନାବେଶ କରାଯାଇଥିବା ବେଳେ ଆସନ୍ତାକାଲି ଅର୍ଥାତ ନବମୀରେ ମା ଭଗବତୀଙ୍କ ସୁନାବେଶ କରାଯିବ। ଏଥିରେ ମାଙ୍କ ସୁନା ମୁକୁଟ, କମର ପଟା,କାନଫୁଲ, ହାତ ବାଜୁ, ମୁଣ୍ତମାଳ ଆଦି ଲଗାଯିବ। ଦେଢ କିଲୋରୁ ଅଧିକ ଓଜନରେ ମାଙ୍କୁ ସଜ୍ଜିତ କରାଯିବ। ସେହିପରି ଗତକାଲି ସ୍ଥାନୀୟ ରାଜନଅର ଛକ ନିକଟରେ ମୁମ୍ବାଇର କଳାକାର ତଥା ଇଣ୍ତିଆନ ଆଇଡଲ ୧୫ର ବିଜେତା ବଲିଉଡ ପ୍ଲେବେକ ସିଙ୍ଗର ମିସ ମାନସୀ ଘୋଷ ଓ ନକଲି ଅମିତାଭ ବଚ୍ଚନ ଶଶିକାନ୍ତ ପେଡଵାଲଙ୍କ ସା˚ସ୍କୃତିକ କାର୍ଯ୍ୟକ୍ରମ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଦିନ ଅର୍ଥାତ ୨ ତାରିଖ ଗୁରୁବାର ଦିନ ଦଶହରା ପଡିଆ ଠାରେ ଲାଠିଧାରୀଙ୍କୁ ସମ୍ମାନୀତ କରିବା ସହ ରାବଣପୋଡିର କାର୍ଯ୍ୟକ୍ରମ ରହିଛି। ଦଶହରା ଦିନ ରାତି ଭଗବତୀ ମନ୍ଦିରରୁ ଏକ ପଟୁଆରରେ ଦୁରୁଆ, କୋୟା, ଦୁର୍ଗାଦେବୀ ବୋମୁଲୁ ନୃତ୍ୟ ରେ ମାଙ୍କ ପଟୁଆର ବାହାରିବା ପରେ ଦଶହରା ପଡିଆରେ ଅପରାଜିତା ପୂଜା କରାଯିବ।
ଜୟପୁର ସହରରେ ଦିନକୁ ଦିନ ଲୋକଙ୍କ ଭିଡ୍ ଯେପରି ବଢୁଛି ସେହିପରି ଭାବେ ପୁଲିସ ପ୍ରଶାସନରେ ଟ୍ରାଫିକ ବ୍ୟବସ୍ଥା ଭୁଷୁଡିବାରେ ଲାଗିଛି। ଲୋକେ ନିଜେ ନିଜେ ଟ୍ରାଫିନ ନିୟନ୍ତ୍ରଣ କରି ଚାଲୁଥିବା ଦେଖିବାକୁ ମିଳୁଛି। ପ୍ରତି ପୂଜା ମଣ୍ତପରେ ଦୁଇଟି ଲେଖାଏ ହୋମଗାର୍ଡ ଗୁଡିକୁ ନିୟୋଜିତ କରି ପୁଲିସ ଚୁପ ହୋଇ ଥାନାରେ ବସି ରହିଛି। କେବଳ ସେତିକି ନୁହେଁ ନା ଟ୍ରାଫିକ ନିୟନ୍ତ୍ରଣ କରିବାକୁ ପୁଲିସ ଅଛି ନା ପୁଲିସ ପେଟ୍ରୋଲି˚ ଗାଡି ଅଛି। ଠାକୁର ଭରସାରେ ଚାଲିଛି ଟ୍ରାଫିକ ବ୍ୟବସ୍ଥା। ଗୋଟିଏ ପଟେ ସା˚ସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଷ୍ଟେଜ ମୁଖ୍ୟରାସ୍ତାରେ ରହି ଜାମ ହେଉଥିବା ବେଳେ ଅନ୍ୟପଟେ ଗାଡିମୋଟର ନିୟନ୍ତ୍ରଣ ନହେବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ଏଣୁ ଦଶହରା ରାବଣ ପୋଡିରେ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ଯେପରି କିଛି ଅଘଟଣ ନହୁଏ ସେଥି ନିମନ୍ତେ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି l ଜୟପୁର ଦଶହରା ପୁଜାରେ ଆନ୍ୟତମ ଆକର୍ଷଣ ଲାଠିପୁଜା । ମୁଳାଷ୍ଟମୀ ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ପୀଠରୁ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ଦେବୀପୀଠକୁ ଦଶହରାରେ ଯୋଗଦେବାକୁ ନିମନ୍ତ୍ରଣ ଆରମ୍ବ ହୋଇଛି ।ଏହା ପ୍ରଥା ଆଜି ମଧ୍ୟ ଏଠାରେ ଦେଖି ବାକୁ ମିଳୁଛି । ଆମାବାସ୍ୟ ପରେ ଅବିଭକ୍ତ କୋରାପୁଟ ଜିଲାର ୬୦ଟି ଦେବି ପିଠ ଏବଂ ସେବାୟତଙ୍କୁ ଦଶହରା ପବରେ ଯୋଗଦେବା ଲାଗି ନିମନ୍ତ୍ରଣ ପ୍ରଦାନ କରାଯିବ । ନିମନ୍ତ୍ରଣ ପାଇବା ପରେ ବିଭିନ୍ନ ଦେବି ପୀଠରୁ ଦେବୀଙ୍କ ପ୍ରତିକ ଲାଠି,ଖଡଗ, ଛାତ୍ର, ବିମାନକୁ ଭକ୍ତ ମାନେ ହାତରେ କାନ୍ଧରେ ବୋହି ଚାଲି ଚାଲି ଜୟପୁର ଠାରେ ଦଶମି ତିଥିରେ ପହଞ୍ଚି ଜୟପୁର ବାସୀଙ୍କୁ ଆଶିବାଦ କରନ୍ତି । ଏହି ଲାଠି ଧାରି ମାନଙ୍କୁ ଦଶହରା ପଡିଆରେ ପାରମ୍ପରିକ ନିତିରେ ପୁଜାଚ୍ଚନା କରାଯାଇଥାଏ ଅପରାଜିତା ପୁଜା କରାଯାଇଥାଏ । ନବରଙ୍ଗପୁର ଜିଲାର ଉମରକୋଟ, ରାଇଘର, କୋରାପୁଟ ଜିଲାର ନନ୍ଦପୁର, ସଲପା, ତେଲିଆ ଜାମୁଣ୍ଡା, ପୋଡାଗଡ ଭଳି ଦେବି ପିଠରୁ ଲାଠି ଧାରିମାନେ ଚାଲି ଚାଲି ଆସିଥାନ୍ତି । କୋରାପୁଟ ଜିଲାରେ ବାସ କରୁଥିବା ଭୁମିଆ, ଗାଦବା, ପରଜା, ସଉରା , ଭତ୍ରା, ଦୁରୁଆ, କନ୍ଦ ଭଳି ସମ୍ପ୍ରଦାୟର ଲୋକୋ ପୁଜା କରୁଥିବା ଗ୍ରାମ ଦେବି ଙ୍କ ପ୍ରତୀକ ସ୍ୱରୁପୁ ଲାଠିକୁ ଶୋଭାଯାତ୍ରା ରେ ସ୍ଥାନୀୟ ଦଶହରା ପଡିଆକୁ ନେଇ ଆସନ୍ତି । ବିଭିନ୍ନ ବାଦ୍ୟ ଓ ଆଦିବାସି ନୃତ୍ୟରେ ଦଶହରା ପଡିଆ ପ୍ରକମ୍ପିତ ହୋଇଉଠେ୍ । ଜୟପୁର ଦୁର୍ଗାପୁଜାରେ ଏହି ନିଆରା ପରମ୍ପରା ରାଜରାଜୁଡା ଅମଳରୁ ପ୍ରଚଳିତ ହୋଇଆସୁଛି । ମୁଳାଷ୍ଠମୀରେ ଅଧିଷ୍ଠାତ୍ରୀ ମା ଭଗବତୀ ଙ୍କ ନିକଟରେ ଆଜ୍ଞାମାଳ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି ଗ୍ରହଣ କରିବା ପରେ ଦେବୀ ଅବିଭକ୍ତ୍ କୋରାପୁଟ ଜିଲାକୁ ନିମନ୍ତ୍ରଣ ଯାଇ ଥାଏ । ଆଦିବାସି ସମ୍ପ୍ରଦାୟର ଲୋକେ ଉମରକୋଟ, ଜାମୁଣ୍ଡା, ଲକ୍ଷ୍ମୀପୁର, ପୋଡାଗଡ ଭଳି ୧ ଶହ ରୁ ଅଧିକ ଗ୍ରାମ ଦେବିଙ୍କ ଲାଠିଧରି ଜୟପୁର ଦଶହରାରେ ସାମିଲ ହୁଅନ୍ତି । ସମସ୍ତ ଲାଠି ଧାରି ଜୟପୁର ଆସି ଅଧିଷ୍ଠାତ୍ରି ମା ଭଗବତିଙ୍କ ମନ୍ଦିରରେ ଜମା ହେଉଥିଲେ । ସେଠାରୁ ଏକ ବିରାଟ ପଟୁଆରରେ ଦଶହରା ପଡିଆକୁ ଯାଇ ଦଶହରା ପାଳନ କରୁଥିଲେ । ଏହି ଲାଠି ନିକଟରେ ମାନଷିକ ଧାରି ମାନେ କୁକୁରା, ଛେଳି ଆଧି ବଳି ପକାଇଥାନ୍ତି । ଆଦିବାସି ମାନେ୍ ଜାମୁଣ୍ଡାରୁ ଭୈରବଙ୍କୁ ଜୟପୁର ଭଗବତି ମନ୍ଦିରକୁ ଆଣୁଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି