ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଧାମରାର ପ୍ରସିଦ୍ଧ ଦେବୀ ମା ଧାମରାଇଙ୍କ ସଭା ଗୃହରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଉତ୍ସବରେ ଯୋଗଦେଇଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ବହୁ ସଭ୍ୟ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରଭାସ ରଞ୍ଜନ ସ୍ୱାଇଁ ନିଜର ଅଭିଭାଷଣରେ ସଂଘ ୧୯୨୫ ମସିହାରେ ଉତ୍ସାହୀ ଯୁବକ ମାନଙ୍କୁ ନେଇ ଜନ୍ମଭୂମି ଏବଂ ମାଟି ମାର ପୂଜା କରିବା ପାଇଁ ଅଙ୍ଗୀକାର ବଦ୍ଧ ହୋଇଥିବା ବେଳେ ସଂଘର ପ୍ରତିଷ୍ଠାତା ଡ.କେଶବ ବଳିରାମ ହେଡଗେଓାର ଏକ ମହାନ ଚିନ୍ତାଧାରା ନେଇ ଏହି ସଂଘ ଗଠନ କରିଥିବା ବେଳେ ଏହା ବ୍ୟକ୍ତି କୈନ୍ଦ୍ରିକ ନହୋଇ ସମାଜ କୈନ୍ଦ୍ରିକ ଭାବେ ରାଷ୍ଟ୍ର ହିତରେ କାର୍ଯ୍ୟ କରି ଆସୁଛି। ଦେଶରେ ଶାନ୍ତି ବଜାଇ ରଖିବାରେ ଲକ୍ଷ ଲକ୍ଷ ସ୍ୱୟଂ ସେବକ ଏବେ ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରି ଆସୁଥିବା ବେଳେ ବହୁ ବାଧା ବିଘ୍ନକୁ ସାମ୍ନା କରି ସଂଘ ବଢି ଚାଲୁଥିବା ବେଳେ ଆଗାମୀ ଦିନରେ କୋଟି କୋଟି ସଂଖ୍ୟାରେ ଉତ୍ସାହୀ ଯୁବକ ମାନେ ଏହି ସଂଘରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ନିଜର ବକ୍ତବ୍ୟ ରଖିଥିଲେ। ଆଜି ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ ପଣ୍ଡା, ଚନ୍ଦ୍ରଶେଖର ଜେନା, ବିପିନ ବେହେରା, ପ୍ରଦୀପ ରାଉତ, ନନ୍ଦକିଶୋର ମଲିକ,ତାପସ ମଲିକ, ବାପୁଜୀ ମାଝୀ,ରବିନ୍ଦ୍ର ନାୟକ ସମେତ ଶତାଧିକ ଯୁବକ ମାନେ ଯୋଗ ଦେଇ ରାଷ୍ଟ୍ରପତି ସେମାନଙ୍କର କର୍ତବ୍ୟ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ