ଭୁବନେଶ୍ୱର , ୩୦ ସେପ୍ଟେମ୍ବର (ହି.ସ.)- ହାତୀଙ୍କ ପାଇଁ ଘର ତିଆରି କରିବେ ସରକାର । ହାତୀ ସୁରକ୍ଷା ପାଇଁ ଦୀର୍ଘ କାଳୀନ ଯୋଜନା ହେବ । ସରକାର ଅଧିକ ଜଙ୍ଗଲ ସୃଷ୍ଟି କରିବେ । ଜଙ୍ଗଲ ଭିତରେ ହାତୀଙ୍କ ପାଇଁ ଚାଷ ହେବ । ସିଜିନ ଅନୁସାରେ ଚାଷ କରାଯିବ । ପଣସ, ଆମ୍ବ, ବାଉଁଶ ଆଦି ଗଛ ଲଗାଯିବା ସହ ସରକାର ହାତୀଙ୍କ ପାଇଁ ଧାନ ଚାଷ ମଧ୍ୟ କରିବେ । ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଓଡ଼ିଶାରେ ୨୧୦୦ରୁ ଉର୍ଦ୍ଧ୍ୱ ହାତୀ ଅଛନ୍ତି । ରାଜ୍ୟରେ ଥିବା ୩୩ ଭାଗ ଜଙ୍ଗଲରେ ୧୮୦୦ ହାତୀଙ୍କ ପାଇଁ ବାସସ୍ଥାନ ଅଛି । କିନ୍ତୁ ବାକି ୩୦୦ରୁ ୪୦୦ ହାତୀଙ୍କ ପାଇଁ ଘର ନାହିଁ । ବାସସ୍ଥାନ ଅଭାବ ଯୋଗୁଁ ଗାଁକୁ ଆସୁଛନ୍ତି ହାତୀ । ଖଣି, କଳକାରଖାନା ଓ ରାସ୍ତା ସହ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ହାତୀଙ୍କ ପରିବେଶ ନଷ୍ଟ ହେଉଛି । ବିଜେଡି ସରକାର ହାତୀଙ୍କୁ ଘର ଦେଇ ପାରିଲା ନାହିଁ । ଏବେ ଜୀବଜନ୍ତୁଙ୍କ ସଂଖ୍ୟା ବଢିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା