- ଛଦ୍ମ ବେଶୀ ରାମ ମାନଙ୍କୁ ନେଇ ରାବଣ ବଦ୍ଧ କରାଯାଇ ପାରେନି
ଭୁବନେଶ୍ୱର , ୩୦ ସେପ୍ଟେମ୍ବର (ହି.ସ.)- ସମସ୍ତେ ଅସ୍ମିତା ବିଷୟ ରେ ଆଲୋଚନା କରୁଛନ୍ତି କିନ୍ତୁ ଅସ୍ମିତା ବୁଝନ୍ତି କି ନାହିଁ ଜଣା ନାହିଁ । ସଫଳତା କୁ ନେଇ ଗର୍ବ କର କିନ୍ତୁ ବିଫଳତା ପାଇଁ ଅନ୍ୟ କୁ ଛୋଟ କରି ନିଜକୁ ବଡ଼ କରିବାର ଭଳି ଦିଗରେ ଆମେ ଯାଉଛୁ । ରାବଣକୁ ବଦ୍ଧ କରିବାକୁ ହେଲେ ରାମଙ୍କର ଆବଶ୍ୟକତା ରହିଛି । କିନ୍ତୁ ଛଦ୍ମ ବେଶୀ ରାମ ମାନଙ୍କୁ ନେଇ ରାବଣ ବଦ୍ଧ କରାଯାଇ ପାରେନି। ଯେତେବେଳେ ଅସଲ ରାମ ଆସିବେ ସେବେ ରାବଣ ଆପେ ଆପେ ବଦ୍ଧ ହେ । ବର୍ତମାନ ଯଦି ରାବଣ ବଦ୍ଧ ହୋଇ ପାରୁନାହାନ୍ତି ଯେଉଁମାନେ ରାମ ନାମ କରୁଛନ୍ତି ସେମାନେ ନିଜକୁ ନିଜେ ଆତ୍ମ ସମୀକ୍ଷା କରି ଦେଖନ୍ତୁ ବୋଲି ବରିଷ୍ଠ ରାଜନେତା ସୌମ୍ୟ ରଂଜନ ପଟ୍ଟନାୟକ କହିଛନ୍ତି। ତେବେ ସୌମ୍ୟଙ୍କ ବାଣ କାହା ଉଦ୍ଦେଶ୍ୟରେ , ସେ କାହାକୁ ରାବଣ କହିଛନ୍ତି ସେନେଇ ସ୍ପଷ୍ଟ କରି ନାହାନ୍ତି ସୌମ୍ୟ।
ଅନ୍ୟପକ୍ଷରେ ସୌମ୍ୟ ରଞ୍ଜନଙ୍କ ରାବଣ ଆକ୍ଷେପ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ରାବଣ ବଦ୍ଧ ହେବା ଦରକାର । କିନ୍ତୁ ରାବଣକୁ ଆମେ ଚିହ୍ନଟ କରୁନାହାନ୍ତି । ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଗଲେ ସଠିକ ଭାବେ ରାବଣର ବଦ୍ଧ ହେବ।
ବିଜେଡି କର୍ପୋରେଟର ଅଜିତ ବେହେରା କହିଛନ୍ତି ସବୁ ଦଳରେ ମହିଷାସୁର ଅଛନ୍ତି ଆଉ ତାଙ୍କୁ ବଦ୍ଧ କରିବାକୁ ଦୁର୍ଗା ବି ଅଛନ୍ତି । ସେହିପରି ଦଳରେ ରାମଚନ୍ଦ୍ର ଅଛନ୍ତି ଏବଂ ରାବଣ ଓ ବିଭୀଷଣ ବି ଅଛନ୍ତି । ତେଣୁ ଦଳର ନେତାମାନେ ଚିନ୍ତା କରିବେ ବିଭୀଷଣକୁ କେମିତି କାଢ଼ିବେ ଆଉ ରାବଣକୁ କେମିତି ବଦ୍ଧ କରିବେ ଆଉ ସୀତାଙ୍କୁ କେମିତି ସୁରକ୍ଷା ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା