ସୋହନା (ହରିଆଣା), ୪ ସେପ୍ଟେମ୍ବର (ହି.ସ.)- କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ, ରେଳ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ସାମଗ୍ରୀ ଏବଂ ସେବା କର (ଜିଏସଟି) ପ୍ରଣାଳୀରେ ପରିବର୍ତନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପର୍ବ ପୂର୍ବରୁ ମଧ୍ୟବିତ ପରିବାରକୁ ଦିଆଯାଇଥିବା ଉପହାର ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ଏହା ଦେଶର ଗରିବ ଏବଂ ମଧ୍ୟବିତ ବର୍ଗର ଲୋକଙ୍କ ମଧ୍ୟରେ ଖୁସିର ଲହରି ଆଣିଛି । ଜାତୀୟ ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ହରିୟାଣାର ସୋହନାରେ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟମ ସହ କଥାବାର୍ତା ସମୟରେ ବୈଷ୍ଣବ ଏହି ମନ୍ତବ୍ୟ ଦେଇଥିଲେ ଏବଂ ବୁଧବାର ଦିନ ଜିଏସଟିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତନକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତି କୃତଜ୍ଞତା ଜଣାଇ ଥିଲେ । ବୈଷ୍ଣବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ଯାହା ଆମର ମଧ୍ୟବିତ ପରିବାର ପାଇଁ ଏକ ବହୁତ ଖୁସିର ଖବର । ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ କହିଥିଲେ ଯେ, ଦୀପାବଳି ପୂର୍ବରୁ ସମସ୍ତ ମଧ୍ୟବିତ ପରିବାରକୁ ଏକ ବଡ଼ ଉପହାର ମିଳିବ, ଏକ ବହୁତ ବଡ଼ ଉପହାର ଏବଂ ଗତକାଲି ଅର୍ଥମନ୍ତ୍ରୀ ଜିଏସଟିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଘୋଷଣା କରିଛନ୍ତି ଯାହା ନବରାତ୍ରିର ପ୍ରଥମ ଦିନରୁ ଲାଗୁ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ