ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରର ଦୁଇଟି ଟିମ୍ ପଞ୍ଜାବରେ ସର୍ଭେ ଆରମ୍ଭ କଲେ
ଚଣ୍ଡିଗଡ଼, ୪ ସେପ୍ଟେମ୍ବର (ହି.ସ.)- କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର ଦିନ ପଞ୍ଜାବର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବାକୁ ଅମୃତସରରେ ପହଂଚିଛନ୍ତି । ସେ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ଭେଟିଥିଲେ । ରାଜ୍ୟପାଳ ତାଙ୍କୁ ପାଂଚଟି ଜିଲ୍ଲା, ଅମୃତସର, ପଠାଣକୋଟ, ଗୁରୁଦାସ
ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରର ଦୁଇଟି ଟିମ୍ ପଞ୍ଜାବରେ ସର୍ଭେ ଆରମ୍ଭ କଲେ


ଚଣ୍ଡିଗଡ଼, ୪ ସେପ୍ଟେମ୍ବର (ହି.ସ.)- କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର ଦିନ ପଞ୍ଜାବର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବାକୁ ଅମୃତସରରେ ପହଂଚିଛନ୍ତି । ସେ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ଭେଟିଥିଲେ । ରାଜ୍ୟପାଳ ତାଙ୍କୁ ପାଂଚଟି ଜିଲ୍ଲା, ଅମୃତସର, ପଠାଣକୋଟ, ଗୁରୁଦାସପୁର, ତରନ ତାରଣ ଏବଂ ଫିରୋଜପୁରର ବନ୍ୟା ରିପୋର୍ଟ ପ୍ରଦାନ କରିଥିଲେ । ସେ ଆଶ୍ୱାସନା ଦେଇଥିଲେ ଯେ, ଏହି ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ ପଞ୍ଜାବ ଲୋକଙ୍କ ସହିତ ଅଛି ଏବଂ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବ । ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୁଇଟି ଟିମ୍ ଆଜିଠାରୁ ସର୍ଭେ ଆରମ୍ଭ କରିଛନ୍ତି ।

ଶିବରାଜ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୧୪୦୦ ଗ୍ରାମ ପ୍ରଭାବିତ ହେବା ବିଷୟରେ ସୂଚନା ମିଳିଛି । ସେ କହିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବରେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବେ ଏବଂ ଲୋକମାନଙ୍କୁ ଭେଟିବେ ଏବଂ ସେମାନଙ୍କ ସମସ୍ୟା ବୁଝିବେ । ସେ ଫସଲ ଏବଂ ସମ୍ପତିର ହୋଇଥିବା କ୍ଷୟକ୍ଷତିର ମଧ୍ୟ ମୂଲ୍ୟାଙ୍କନ କରିବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande