ଲିସବନ, 4 ସେପ୍ଟେମ୍ବର (ହି.ସ.)- ପୁର୍ତ୍ତୁଗାଲର
ରାଜଧାନୀ ଲିସବନ୍ରେ ଏକ ଟ୍ରାମ୍ ଦୁର୍ଘଟଣାରେ 15 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ପ୍ରାୟ 18
ଜଣ ଆହତ ହୋଇଛନ୍ତି। ପୁର୍ତ୍ତୁଗାଲର ଜରୁରୀକାଳୀନ ସେବା ଅନୁଯାୟୀ,
ଆହତମାନେ ମଧ୍ୟରୁ କିଛି ବିଦେଶୀ ନାଗରିକ ଓ ଜଣେ ଶିଶୁ
ମଧ୍ୟ ଅଛନ୍ତି। ଗତ ସନ୍ଧ୍ୟା 6ଟା ସମୟରେ (ସ୍ଥାନୀୟ ସମୟ ଅନୁଯାୟୀ) ପର୍ଯ୍ୟଟକମାନଙ୍କ ମଧ୍ୟରେ
ବହୁତ ଲୋକପ୍ରିୟ ଏହି ଟ୍ରାମ୍ ଏକ ରାସ୍ତାର ମୋଡରେ ଥିବା ଘର ସହିତ ଧକ୍କା ହୋଇ ଅନିୟନ୍ତ୍ରିତ
ହୋଇ ପାହାଡ଼ରୁ ତଳକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ 15 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 18 ଜଣ
ଆହତ ହୋଇଛନ୍ତି। ପୁର୍ତ୍ତୁଗାଲ ସରକାର ଘଟଣାର ତଦନ୍ତ କରିବାକୁ କହିଛନ୍ତି। ରାଷ୍ଟ୍ରପତି
ମାର୍ସେଲୋ ରେବେଲୋ ଡି ସୁସା ଦୁର୍ଘଟଣାରେ ପୀଡିତ ହୋଇଥିବା ଲୋକମାନଙ୍କ ପ୍ରତି ଗଭୀର ଶୋକ ସହିତ
ସମବେଦନା ପ୍ରକାଶ କରିଛନ୍ତି ଏବଂ ଦୁଃଖ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା