ପଶ୍ଚିମବଙ୍ଗରେ ରିଲିଜ୍ ହୋଇପାରୁନି ‘ଦ ବଙ୍ଗାଲ ଫାଇଲ୍ସ’, ରାଷ୍ଟ୍ରପତିଙ୍କୁ ଗୁହାରି କଲେ ନିର୍ମାତା
ନୂଆଦିଲ୍ଲୀ, 4 ସେପ୍ଟେମ୍ବର (ହି.ସ.)- ବିବେକ୍ ଅଗ୍ନିହୋତ୍ରୀ ଓ ପଲ୍ଲବୀ ଜୋଶୀଙ୍କ ବିବାଦସ୍ପଦ ଚଳଚ୍ଚିତ୍ର ‘ଦ ବଙ୍ଗାଲ ଫାଇଲ୍ସ’ 5 ସେପ୍ଟେମ୍ବର ଅର୍ଥାତ କାଲି ସାରା ବିଶ୍ୱର ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ପଶ୍ଚିମବଙ୍ଗରେ ଏହି ଫିଲ୍ମକୁ ରିଲିଜ
ପଶ୍ଚିମବଙ୍ଗରେ ରିଲିଜ୍     ହୋଇପାରୁନି ‘ଦ ବଙ୍ଗାଲ ଫାଇଲ୍ସ’, ରାଷ୍ଟ୍ରପତିଙ୍କୁ ଗୁହାରି କଲେ ନିର୍ମାତା


ନୂଆଦିଲ୍ଲୀ, 4 ସେପ୍ଟେମ୍ବର (ହି.ସ.)- ବିବେକ୍

ଅଗ୍ନିହୋତ୍ରୀ ଓ ପଲ୍ଲବୀ ଜୋଶୀଙ୍କ ବିବାଦସ୍ପଦ ଚଳଚ୍ଚିତ୍ର ‘ଦ ବଙ୍ଗାଲ ଫାଇଲ୍ସ’ 5 ସେପ୍ଟେମ୍ବର

ଅର୍ଥାତ କାଲି ସାରା ବିଶ୍ୱର ସିନେମା ହଲରେ

ରିଲିଜ୍ ହେବାକୁ ଯାଉଛି, କିନ୍ତୁ ପଶ୍ଚିମବଙ୍ଗରେ

ଏହି ଫିଲ୍ମକୁ ରିଲିଜ୍ ହେବାକୁ ଦିଆଯାଉନାହିଁ।

ଏହି ସଂପର୍କରେ ବିବେକ

ଅଗ୍ନିହୋତ୍ରୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ସାହାଯ୍ୟ ଅନୁରୋଧ

କରିଛନ୍ତି। ଫିଲ୍ମର ନିର୍ମାତା ପଲ୍ଲବୀ ଜୋଶୀ ଚିଠି ଲେଖି କହିଛନ୍ତି ଯେ, ଦ ବଙ୍ଗାଲ

ଫାଇଲ୍ସର ନିର୍ମାତା ଭାବେ ମୁଁ ଦୁଃଖିତ ଯେ, ବଙ୍ଗାଲର ମଲ୍ଟିପ୍ଲେକ୍ସ ଚେନ୍‌ଗୁଡ଼ିକ କ୍ଷମତାସୀନ ପାର୍ଟିର ରାଜନୈତିକ ଚାପ ଓ ଧମକ ଯୋଗୁ ଫିଲ୍ମ ରିଲିଜ୍

କରିବାରୁ ମନା କରିଛନ୍ତି। ମୁଁ ଅନୁରୋଧ କରୁଛି ଯେ ମୋର ସଂବିଧାନିକ ଅଧିକାର ସୁରକ୍ଷିତ କରାଯାଉ

ଏବଂ ଏହି ଫିଲ୍ମର ବଙ୍ଗାଲରେ ରିଲିଜ୍ ସୁନିଶ୍ଚିତ କରାଯାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande