କାଠମାଣ୍ଡୁ, 4 ସେପ୍ଟେମ୍ବର (ହି.ସ.)- ଭାରତର ପ୍ରଧାନ
ବିଚାରପତିବି. ଆର୍. ଗୱଇ ଆଜିଠାରୁ ଦୁଇ ଦିନିଆ ନେପାଳ ଗସ୍ତରେ
କାଠମାଣ୍ଡୁ ଯାଇଛନ୍ତି। ନେପାଳ ସୁପ୍ରିମକୋର୍ଟର ପ୍ରଧାନ ନ୍ୟାୟାଧୀଶ ପ୍ରକାଶମାନ ସିଂହ ରାଉତଙ୍କ
ନିମନ୍ତ୍ରଣରେ ସିଜେଆଇଙ୍କର ଏହି ପ୍ରଥମ ନେପାଳ ଯାତ୍ରା ଅଟେ।
ନେପାଳ ଆସୁଥିବା ମୁଖ୍ୟ
ବିଚାରପତି ଗୱଇ କାଠମାଣ୍ଡୁରେ ଆୟୋଜିତ ନେପାଳ-ଭାରତ ନ୍ୟାୟିକ ସେମିନାରରେ ପ୍ରଧାନ ଅତିଥି ଭାବରେ
ଯୋଗ ଦେବେ। ସୁପ୍ରିମକୋର୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସେମିନାର ସୁପ୍ରିମକୋର୍ଟ ବାର୍ ଅସୋସିଏସନ୍ ଦ୍ୱାରା ଆୟୋଜିତ କରାଯିବ। ଏହି ସେମିନାରରେ
ନେପାଳର ପ୍ରଧାନ ନ୍ୟାୟାଧୀଶ ସହିତ ସୁପ୍ରିମ୍ କୋର୍ଟର ସମସ୍ତ ନ୍ୟାୟଧୀଶ ଓ ବରିଷ୍ଠ
ଅଧିବକ୍ତାମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା