ଦିଲ୍ଲୀରେ ବିପଦ ସଂକେତର ଦୁଇ ମିଟର ଉପରକୁ ରହିଛି ଯମୁନାର ଜଳସ୍ତର, ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
ନୂଆଦିଲ୍ଲୀ, 4 ସେପ୍ଟେମ୍ବର (ହି.ସ.) - ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ବିପଦ ସଂକେତଠାରୁ 2 ମିଟର ଅଧିକ ଉପରେ ପ୍ରବାହିତ ହେଉଛି ଏବଂ ବୁଧବାର ପରେ ଗୁରୁବାର ମଧ୍ୟ ଏହାର ଜଳସ୍ତର ବୃଦ୍ଧି ହେଉଛି। ଗୁରୁବାର ସକାଳ 10ଟାରେ ଯମୁନାର ଜଳସ୍ତର 207.47 ମିଟର ରେକର୍ଡ କରାଯାଇଛି
ଦିଲ୍ଲୀରେ ବିପଦ ସଂକେତର ଦୁଇ     ମିଟର ଉପରକୁ ରହିଛି ଯମୁନାର ଜଳସ୍ତର, ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର


ନୂଆଦିଲ୍ଲୀ, 4 ସେପ୍ଟେମ୍ବର (ହି.ସ.) - ଦିଲ୍ଲୀରେ

ଯମୁନା ନଦୀର ଜଳସ୍ତର ବିପଦ ସଂକେତଠାରୁ 2 ମିଟର ଅଧିକ ଉପରେ ପ୍ରବାହିତ ହେଉଛି ଏବଂ ବୁଧବାର ପରେ

ଗୁରୁବାର ମଧ୍ୟ ଏହାର ଜଳସ୍ତର ବୃଦ୍ଧି ହେଉଛି। ଗୁରୁବାର ସକାଳ 10ଟାରେ ଯମୁନାର ଜଳସ୍ତର 207.47

ମିଟର ରେକର୍ଡ କରାଯାଇଛି। ହରିୟାଣାର ହଥିନୀକୁଣ୍ଡ ବନ୍ଧରୁ ଆଜି 1,33,995 କ୍ୟୁସେକ୍ ପାଣି ଛଡ଼ାଯାଇଛି।

12ଟାରେ ଜଳସ୍ତର ସାମାନ୍ୟ କମି 207.46 ମିଟର ହୋଇଥିବା ବେଳେ ହଥିନୀକୁଣ୍ଡରୁ 1,35,702

କ୍ୟୁସେକ୍ ପାଣି ଛଡ଼ାଯାଇଛି। ଯମୁନାକୁ ଲାଗିଥିବା ଅଞ୍ଚଳରେ ବୁଧବାରଠାରୁ ଜଳଭରିବା ଆରମ୍ଭ

ହୋଇଛି। ପ୍ରଶାସନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି।

ଦିଲ୍ଲୀର ପରିବେଶ ମନ୍ତ୍ରୀ

ମନଜିନ୍ଦର ସିଂହ ସିରସା ଗୁରୁବାର କହିଛନ୍ତି ଯେ, ଆମେ ସମସ୍ତ ପ୍ରସ୍ତୁତି କରିଛୁ ଓ ଯମୁନାର ଜଳସ୍ତର ଉପରେ ନଜର ରଖିଛୁ।

ଅନେକ ବର୍ଷ ପରେ ଏତେ ପାଣି ଆସିଛି, ଲୁହା ପୋଲ୍ ପର୍ଯ୍ୟନ୍ତ ପାଣି ପହଞ୍ଚିଯାଇଛି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ

ରେଖା ଗୁପ୍ତା ଓ ବନ୍ୟା ନିୟନ୍ତ୍ରଣ ଓ ଜଳସେଚନ ମନ୍ତ୍ରୀ ପ୍ରବେଶ ସାହିବ ସିଂହ ଏହାର ସମୀକ୍ଷା

ଜାରି ରଖିଛନ୍ତି। ହଥିନୀକୁଣ୍ଡରୁ ଛଡ଼ାଯାଉଥିବା ପାଣି ବିଷୟରେ ମୁଖ୍ୟମନ୍ତ୍ରୀ ହରିୟାଣାର

ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ କଥାହୋଇଛନ୍ତି। ସେ କହିଛନ୍ତି ଯଦି ବୃଷ୍ଟି ବନ୍ଦ ହୋଇଯାଏ ଓ

ବର୍ଷାର ପାଣି ଜଳଗ୍ରହଣ କ୍ଷେତ୍ରକୁ ନ ପହଞ୍ଚେ, ତେବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଓ ନିୟନ୍ତ୍ରଣରେ ମଧ୍ୟ ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande