ଜିଏସଟି ସଂସ୍କାରକୁ ସମୟ ପୂର୍ବରୁ ଦୀପାବଳି ଭେଟି କହିଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାକୁ ମିଳିବ ବିଶେଷ ଲାଭ
ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.) -କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଲାଗୁ କରାଯାଇଥିବା ନେକ୍ସଟ-ଜେନରେସନ ଜିଏସଟି ସଂସ୍କାରକୁ ଦେଶ ପାଇଁ ସମୟ ପୂର୍ବରୁ ଦୀପାବଳି ଭେଟି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏହି ପଦକ୍
ଜିଏସଟି ସଂସ୍କାରକୁ ସମୟ     ପୂର୍ବରୁ ଦୀପାବଳି ଭେଟି କହିଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାକୁ     ମିଳିବ ବିଶେଷ ଲାଭ


ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)

-କେନ୍ଦ୍ରଶିକ୍ଷା

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଲାଗୁ କରାଯାଇଥିବା

ନେକ୍ସଟ-ଜେନରେସନ ଜିଏସଟି ସଂସ୍କାରକୁ ଦେଶ ପାଇଁ ସମୟ ପୂର୍ବରୁ ଦୀପାବଳି ଭେଟି ବୋଲି

କହିଛନ୍ତି । ସେ କହିଛନ୍ତି ଯେ, ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା

ସ୍ୱାଧୀନତା ଦିବସ ଅବସରରେ ଦିଆଯାଇଥିବା ପ୍ରତିଶ୍ରୁତିର ପୂରଣ ଅଟେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତି କୃତଜ୍ଞତା ଜଣାଇ ସେ କହିଛନ୍ତି

ଯେ, ପ୍ରକ୍ରିୟାରେ ସୁଧାର ଓ କର ଦରର ଯୁକ୍ତିକରଣ ଯୋଗୁ ପ୍ରମୁଖ ଆର୍ଥିକ ସେକ୍ଟରରେ ନୂଆ ଉର୍ଜା

ଆସିବ ଓ ଦେଶ ଆର୍ଥିକ ବିକାଶ ଏବଂ ଇଜ୍ ଅଫ୍ ଲିଭିଂର ଏକ ନୂଆ ଯୁଗରେ ପ୍ରବେଶ କରିବ ।

ସେ କହିଛନ୍ତି ଯେ, ଏହି

ସୁଧାରର ପ୍ରଭାବ କୃଷି, ଉଦ୍ୟାନ, ବଣିକ, ବସ୍ତ୍ର, ହସ୍ପଶିଳ୍ପ, ସ୍ୱାସ୍ଥ୍ୟ, ବୀମା, ଶିକ୍ଷା

ଅଟୋମୋବାଇଲ, ବିନିର୍ମାଣ, ନବୀକରଣ ଉର୍ଜା ଓ ଆବଶ୍ୟକ ବସ୍ତୁରେ ବ୍ୟାପକ ଭାବେ ପଡିବ

।ଏହାଦ୍ୱାରା ସମାଜର ସମସ୍ତ ବର୍ଗ, ବିଶେଷ କରି ମଧ୍ୟମବର୍ଗଙ୍କୁ ଆଶ୍ୱସ୍ତି ଓ ଲାଭ ମିଳିବ ।

କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ

ହେବାକୁ ଥିବା ବିଶେଷ ଲାଭ କଥା ଉଠାଇ କହିଛନ୍ତି ଯେ, କେନ୍ଦୁପତ୍ର ରାଜ୍ୟର ଲକ୍ଷଲକ୍ଷ ତୋଳାଳି

ଓ ବେପାରୀଙ୍କ ଆର୍ଥିକ ମେରୁଦଣ୍ଡ ଅଟେ । ଜିଏସଟି ଦରକୁ 18ପ୍ରତିଶତରୁ କମ୍ କରି 5 ପ୍ରତିଶତ

କରିବା ଯୋଗୁ କେନ୍ଦୁପତ୍ର ଉଦ୍ୟୋଗ ସହିତ ଜଡିତ ଲକ୍ଷଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଲାଭ ମିଳିବ,

ରୋଜଗାର ସୃଷ୍ଟି ହେବ ଓ ଗ୍ରାମାଂଚଳ କଲ୍ୟାଣକୁ ପ୍ରୋତ୍ସାହନ ମିଳିବ ।

ସେ କହିଛନ୍ତି ଯେ,

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଂସ୍କାରରେ ସାଧାରଣ ନାଗରିକଙ୍କୁ କେନ୍ଦ୍ରରେ ରଖି କେବଳ

ସମାଜର ପ୍ରତି ବର୍ଗଙ୍କ ହିତ ରକ୍ଷା କରିନାହାନ୍ତି ବରଂ ଭାରତକୁ ବୈଶ୍ୱିକ ଆର୍ଥିକ ଲକ୍ଷ୍ୟ

ଅଭିମୁଖେ ଅଗ୍ରସର କରିବାର ମାର୍ଗ ବି ପ୍ରଶସ୍ତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande