ନୂଆଦିଲ୍ଲୀ, 4 ସେପ୍ଟେମ୍ବର (ହି.ସ.)- ବସ୍ତୁ ଏବଂ
ସେବା କର ପରିଷଦର ବୈଠକରେ ଆଠ ବର୍ଷ ପୁରୁଣା ଢାଞ୍ଚାରେ ବଡ଼ ପରିବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କ
ଘୋଷଣାରେ ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ଏହି ପଦକ୍ଷେପ ବହୁତ ବିଳମ୍ବରେ
ନିଆଯାଇଛି, କାରଣ ଜିଏସଟିର ମୂଳ
ଡିଜାଇନ ଆରମ୍ଭରୁ ହିଁ ତ୍ରୁଟିପୂର୍ଣ୍ଣ ଥିଲା।
କଂଗ୍ରେସ ଅଧ୍ୟକ୍ଷ
ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ଦିନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, କଂଗ୍ରେସ ଦୀର୍ଘ
ସମୟ ଧରି ଜିଏସଟି ସରଳିକରଣର ଦାବି କରୁଥିଲା, କିନ୍ତୁ ମୋଦି ସରକାର 'ୱାନ ନେସନ, ଓନ ଟ୍ୟାକ୍ସ' କୁ 'ୱାନ ନେସନ,
ନାଇନ ଟ୍ୟାକ୍ସ' ରେ ପରିଣତ କରିଦେଲେ। ଏଥିରେ 0%, 5%, 12%, 18% ଓ 28% ର ଟ୍ୟାକ୍ସ ସ୍ଲାବ୍ ରଖାଯାଇଛି, ସେଥିପାଇଁ 0.25%, 1.5%, 3% ଓ 6% ର ବିଶେଷ ହାର ମଧ୍ୟ
ଲାଗୁ କରାଯାଇଛି, ଯାହା ଏହି
ବ୍ୟବସ୍ଥାକୁ ଆଉ ଅଧିକ ଜଟିଳ କରିଦେଇଛି।
ଖଡ଼ଗେ କହିଛନ୍ତି ଯେ
କଂଗ୍ରେସ 2019 ଓ 2024 ର ନିଜର ଘୋଷଣାପତ୍ରରେ ଜିଏସଟି 2.0 ର ଦାବି କରିଥିଲା,
ଯାହାରେ ତର୍କସଙ୍ଗତ ହାର ଓ ସରଳ କର ବ୍ୟବସ୍ଥା ଥିଲା।
ସେ ଅଭିଯୋଗ କରିଛନ୍ତି ଯେ ଜିଏସଟିର ଜଟିଳ ନିୟମଗୁଡିକ କାରଣରେ ଏମଏସଏମଇ ଓ ଛୋଟ ବ୍ୟବସାୟୀମାନେ ବ୍ୟାପକ
କ୍ଷତି ସହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା