ନୂଆଦିଲ୍ଲୀ, 4 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଓ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲୋରେନ୍ସ ବୋଙ୍ଗଙ୍କ ମଧ୍ୟରେ ଗୁରୁବାର ଦିନ
ଦ୍ୱିପାକ୍ଷିକ ଆଲୋଚନା
ହୋଇଛି । ଏହି ସମୟରେ ଉଭୟ ନେତା ଦେଶମାନଙ୍କ ମଧ୍ୟରେ ବହୁଆୟାମୀ ସାଂଘିକତାକୁ ଆହୁରି ସୁଦୃଢ଼ କରିବା ଅବସର ବିଷୟରେ ଚର୍ଚ୍ଚା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି
ସିଙ୍ଗାପୁରକୁ ଭାରତର ମୁଖ୍ୟ ବାଣିଜ୍ୟିକ ସହଯୋଗୀ ଓ ‘ଆକ୍ଟ ଇଷ୍ଟ ନୀତି’ର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ବର୍ଣ୍ଣନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରଧାନମନ୍ତ୍ରୀ ବୋଙ୍ଗଙ୍କ ମଧ୍ୟରେ
ଦିଲ୍ଲୀର ହାଇଦ୍ରାବାଦ ହାଉସରେ ହୋଇଥିବା ଏହି ଦ୍ୱିପାକ୍ଷିକ ବୈଠକରେ ଆର୍କିଟେକ୍ଚର,
ଗ୍ରୀନ୍ ଶିପିଂ, କୌଶଳ ବିକାଶ, ପାଣି ପରିଚାଳନା,
ପରମାଣୁ ଉର୍ଜା ଓ ଉନ୍ନତ ଉତ୍ପାଦନ ପରି କ୍ଷେତ୍ରରେ
ବିଶେଷ ଧ୍ୟାନ ଦିଆଯାଇଛି।
ଏଆଇ, କ୍ୱାଣ୍ଟମ ଓ ଡିଜିଟାଲ୍ ଟେକ୍ନୋଲୋଜି,ମହାକାଶ ବିଜ୍ଞାନ ଓ
ସେମିକଣ୍ଡକ୍ଟର ଉଦ୍ୟୋଗରେ ସହଯୋଗକୁ ନେଇ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଦୁଇ ଦେଶ ଏକମତ
ହୋଇଛନ୍ତି। ଆଲୋଚନା ପରେ ଉଭୟ ନେତା ମିଳିତ ପ୍ରେସ କନଫରେନ୍ସ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି
କହିଛନ୍ତି ଯେ ସିଙ୍ଗାପୁର ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳରେ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ
ସହଯୋଗୀ। ସିଙ୍ଗାପୁରରୁ ଭାରତକୁ ବଡ଼ ପରିମାଣରେ ବିନିଯୋଗ ହୋଇଛି। ଗତ ବର୍ଷ ସିଙ୍ଗାପୁର ଯାତ୍ରା
ସମୟରେ ସେ ଉଭୟ ଦେଶର ସମ୍ପର୍କକୁ ଏକ ବ୍ୟାପକ କୌଶଳାତ୍ମକ ଭାଗିଦାରୀର ମାନ୍ୟତା ଦେଇଥିଲେ ଓ ଏ ବର୍ଷ
ସଂବାଦ ଓ ସହଯୋଗରେ ଗଭୀରତା ଓ ଗତି ଆସିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା