ନୂଆଦିଲ୍ଲୀ, 4 ସେପ୍ଟେମ୍ବର (ହି.ସ.)- ଆର୍ଥିକ
ସୁଧାରକୁ ଏକ ନୂଆ ଦିଗ ଦେବା ଉଦ୍ଦେଶ୍ୟରେ ଜିଏସ୍ଟି ଦରରେ ହେଉଥିବା ପରିବର୍ତ୍ତନ ସନ୍ଦର୍ଭରେ
ଜିଏସ୍ଟି ପରିଷଦର ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକାଶ କରିଛନ୍ତି।
ଏହା ପୂର୍ବରୁ ଜିଏସ୍ଟି କାଉନ୍ସିଲ୍ 12 ଏବଂ 28 ପ୍ରତିଶତ ଦର ସ୍ଲାବକୁ ସମାପ୍ତ କରିବା ଉପରେ
ସର୍ବସମ୍ମତି ସହିତ ମୋହର ଲଗାଇଥିଲା।
ଏହି ସନ୍ଦର୍ଭରେ
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ସ୍ୱାଧୀନତା ଦିବସ
ଉପଲକ୍ଷେ ଦିଆଯାଇଥିବା ତାଙ୍କର ଭାଷଣରେ ସେ ଜିଏସ୍ଟି ରେ ସୁଧାର ବିଷୟରେ କଥା ରଖିଥିଲେ। ଜିଏସ୍ଟି
ଦରରେ ହେଉଥିବା ଏହି ପରିବର୍ତ୍ତନ ଦ୍ୱାରା ସାଧାରଣ ଲୋକ, କୃଷକ ଓ ମଧ୍ୟବର୍ଗ
ସିଧାସଳଖ ଉପକୃତ ହେବେ। ଏହି ନିଷ୍ପତ୍ତି ମହଙ୍ଗା ସହିତ ସଂଘର୍ଷ କରୁଥିବା ଥିବା ସାଧାରଣ
ଲୋକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଓ ଅର୍ଥ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଦିଗରେ
ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ।
ତାଙ୍କର ପୋଷ୍ଟରେ ସେ
ଲେଖିଛନ୍ତି ଯେ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ଓ ଦେଶର ଆର୍ଥିକ ବ୍ୟବସ୍ଥାକୁ ଶକ୍ତିଶାଳୀ
କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜିଏସ୍ଟି ଦରକୁ ଯୁକ୍ତିସଙ୍ଗତ କରିବା ପାଇଁ ଏକ ବ୍ୟାପକ ପ୍ରସ୍ତୁତି
କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା