ସଂଘର ସମନ୍ୱୟ ବୈଠକ- ଶତାବ୍ଦୀ ବର୍ଷର ପ୍ରସ୍ତୁତି ଓ ବର୍ତ୍ତମାନ ପରିସ୍ଥିତି ଉପରେ ହେବ ଚର୍ଚ୍ଚା
ଯୋଧପୁର, 4 ସେପ୍ଟେମ୍ବର (ହି.ସ.)- ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ଶୁକ୍ରବାରରୁ ରାଜସ୍ଥାନର ଯୋଧପୁରରେ ଆରମ୍ଭ ହେବ। ଏହି ବୈଠକ ୩ ଦିନ (୫, ୬ ଓ ୭ ସେପ୍ଟେମ୍ବର) ଯାଏଁ ଚାଲିବ। ବୈଠକରେ ବିଜେପି, ବିଶ୍ୱ ହିନ୍ଦୁ ପରିଷଦ, ଶ୍ରମିକ ଓ କୃଷକ ସଂଘ ସହିତ ସଂଘ
ସଂଘର ସମନ୍ୱୟ ବୈଠକ-     ଶତାବ୍ଦୀ ବର୍ଷର ପ୍ରସ୍ତୁତି ଓ ବର୍ତ୍ତମାନ ପରିସ୍ଥିତି ଉପରେ ହେବ ଚର୍ଚ୍ଚା


ଯୋଧପୁର, 4 ସେପ୍ଟେମ୍ବର (ହି.ସ.)- ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ

ଶୁକ୍ରବାରରୁ ରାଜସ୍ଥାନର ଯୋଧପୁରରେ ଆରମ୍ଭ ହେବ। ଏହି ବୈଠକ ୩ ଦିନ (୫,

୬ ଓ ୭ ସେପ୍ଟେମ୍ବର) ଯାଏଁ ଚାଲିବ। ବୈଠକରେ ବିଜେପି,

ବିଶ୍ୱ ହିନ୍ଦୁ ପରିଷଦ, ଶ୍ରମିକ ଓ କୃଷକ

ସଂଘ ସହିତ ସଂଘ ସଂପୃକ୍ତ ବିଭିନ୍ନ ସଂଗଠନ ଅଂଶଗ୍ରହଣ କରିବେ। ବୈଠକରେ ସଂଘର ଶତାବ୍ଦୀ ବର୍ଷ

ପାଇଁ ପ୍ରସ୍ତୁତି ଓ ଦେଶର ବର୍ତ୍ତମାନ ପରିସ୍ଥିତି ଉପରେ ଆଲୋଚନା କରାଯିବ।

ଆରଏସଏସର ଅଖିଳ ଭାରତୀୟ

ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର ଗୁରୁବାର ଦିନ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଏହି

ସୂଚନା ଦେଇଛନ୍ତି । ତାଙ୍କ ସହିତ ସହ ପ୍ରଚାର ପ୍ରମୁଖ ପ୍ରଦୀପ ଜୋଶୀ ମଧ୍ୟ ଉପସ୍ଥିତ ଥିଲେ।

ଆମ୍ବେକର କହିଛନ୍ତି ଯେ ଏହି

ବୈଠକ ପ୍ରତିବର୍ଷ ହୁଏ। ପୂର୍ବବର୍ଷ ଏହି ବୈଠକ କେରଳର ପାଲାକ୍କାଡରେ ଆୟୋଜିତ ହୋଇଥିଲା। ଏଥର ଯୋଧପୁରରେ

ହେଉଥିବା ବୈଠକରେ ପ୍ରାୟ ୩୨୦ ଜଣ କାର୍ଯ୍ୟକର୍ତ୍ତା ସାମିଲ ହେବେ । ଏଥିରେ ୩୨ଟି ବିଭିନ୍ନ

ସଂଗଠନର ୨୪୯ ରୁ ଅଧିକ ପ୍ରତିନିଧି ଉପସ୍ଥିତ ରହିବେ। ବୈଠକର ଶୁଭାରମ୍ଭ ଶୁକ୍ରବାର ସକାଳ ୯ଟାରୁ

ହେବ।

ବୈଠକରେ ସରସଂଘଚାଳକ ମୋହନ

ଭାଗବତ ଓ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସୱାଲେ ମାର୍ଗଦର୍ଶନ କରିବେ । ସମସ୍ତ ସହ ସରକାର୍ୟର୍ଯ୍ୟବାହମାନେ

ମଧ୍ୟ ବୈଠକରେ ଉପସ୍ଥିତ ରହିବେ। ପ୍ରତ୍ୟେକ ସଂଗଠନର ଜାତୀୟ ଅଧ୍ୟକ୍ଷ,

ସଂଗଠନ ମନ୍ତ୍ରୀ ଓ ଅନ୍ୟାନ୍ୟ ପଦାଧିକାରୀମାନେ ମଧ୍ୟ

ବୈଠକରେ ଅଂଶ ନେବେ। ଆମ୍ବେକର କହିଛନ୍ତି ଯେ ସଂଘ ସଂପୃକ୍ତ ସଂଗଠନଗୁଡିକ ସମାଜ ଜୀବନର ବିଭିନ୍ନ

କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। ସେମାନେ ଶିକ୍ଷା, ସେବା, ସାମାଜିକ ସଦଭାବ ଓ

ଜନଜାଗରଣ ପରି କ୍ଷେତ୍ରରେ ସକ୍ରିୟ ଭୂମିକା ନିଭାଉଛନ୍ତି।

ଆମ୍ବେକର ସ୍ପଷ୍ଟ କରିଛନ୍ତି

ଯେ, ଏହି ବୈଠକ ନିଷ୍ପତ୍ତି ନେବା

ପାଇଁ ନୁହେଁ, ବରଂ ସମନ୍ୱୟ ବଢ଼ାଇବା ପାଇଁ ଏକ ମଞ୍ଚ ଅଟେ। ସଂଗଠନମାନେ ଏଠାରେ ନିଜ ନିଜ କାର୍ଯ୍ୟର ବିବରଣୀ ଓ ଆକଳନ ପ୍ରସ୍ତୁତ କରନ୍ତି।

ସେମାନେ ଦେଶର ପରିସ୍ଥିତି ଓ ସମାଜର ଆବଶ୍ୟକତା ଦେଖି ପରାମର୍ଶ ଦିଅନ୍ତି। ସେହି ନିଷ୍ପତ୍ତି

ସଂଗଠନ ସେମାନଙ୍କର ନିଜ ନିଜ କାର୍ଯ୍ୟକାରିଣୀ ବୈଠକରେ ନିଏ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande