ଜୀବନ ବିମା, ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରେ ଏବେ ଲାଗିବନି ଜିଏସଟି- ସୀତାରମଣ
ନୂଆଦିଲ୍ଲୀ, 4 ସେପ୍ଟେମ୍ବର (ହି.ସ.) - ଜିଏସ୍‌ଟି ପରିଷଦ ପିଲିସ ଧାରକମାନଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛି । ବର୍ତ୍ତମାନ ବ୍ୟକ୍ତିଗତ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପଲିସିର ପ୍ରିମିୟମ୍‌ ଶସ୍ତା ହେବ। ଏହାର କାରଣ ହେଉଛି, ଏହି ବୀମା ଉତ୍ପାଦଗୁଡିକୁ ମାଲ ଓ ସେବା କର (ଜିଏସ୍‌ଟ
ଜୀବନ ବିମା, ସ୍ୱାସ୍ଥ୍ୟ     ବୀମା ପ୍ରିମିୟମ ଉପରେ ଏବେ ଲାଗିବନି ଜିଏସଟି- ସୀତାରମଣ


ନୂଆଦିଲ୍ଲୀ, 4 ସେପ୍ଟେମ୍ବର (ହି.ସ.)

- ଜିଏସ୍‌ଟି

ପରିଷଦ ପିଲିସ ଧାରକମାନଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛି । ବର୍ତ୍ତମାନ ବ୍ୟକ୍ତିଗତ ଜୀବନ

ବୀମା ଓ ସ୍ୱାସ୍ଥ୍ୟ ବୀମା ପଲିସିର ପ୍ରିମିୟମ୍‌ ଶସ୍ତା ହେବ। ଏହାର କାରଣ ହେଉଛି, ଏହି ବୀମା ଉତ୍ପାଦଗୁଡିକୁ ମାଲ ଓ ସେବା କର (ଜିଏସ୍‌ଟି)ରୁ ବାଦ ଦିଆଯାଇଛି। ସଂଶୋଧିତ

ଦରଗୁଡିକ ୨୨ ସେପ୍ଟେମ୍ବର, ନବରାତ୍ରିର ପ୍ରଥମ ଦିନରୁ ଲାଗୁ ହେବ।

କେନ୍ଦ୍ରୀୟ ଅର୍ଥମନ୍ତ୍ରୀ

ନିର୍ମଳା ସୀତାରମଣ ଜିଏସ୍‌ଟି ପରିଷଦର 56ତମ ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା

କରିଛନ୍ତି ଯେ, ସମସ୍ତ ପ୍ରକାରର ବ୍ୟକ୍ତିଗତ ଜୀବନ ବୀମା ପଲିସି ଓ ସେମାନଙ୍କର

ପୁନର୍ବୀମା ଉପରେ ବର୍ତ୍ତମାନ କୌଣସି ଜିଏସ୍‌ଟି ଲାଗୁ ହେବ ନାହିଁ। ଏହାର ଅନ୍ତର୍ଗତ ଟର୍ମ

ଲାଇଫ୍‌, ୟୁଲିପ୍ଓ ଏଣ୍ଡୋମେଣ୍ଟ

ପଲିସି ରହିଛି। ବର୍ତ୍ତମାନ ଏହାପର୍ଯ୍ୟନ୍ତ 18% ଜିଏସ୍‌ଟି ଲାଗୁ ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande