ନେପାଳରେ ସମସ୍ତ ଇଂଟରନେଟ୍ ସେବା ପ୍ରଦାନକାରୀ ସୋସିଆଲ ମିଡିଆ ସାଇଟ୍ ବନ୍ଦ କଲେ : ମେଟା କମ୍ପାନୀ ପଞ୍ଜୀକରଣ ପାଇଁ ନେପାଳ ସରକାରଙ୍କୁ ଆବଶ୍ୟକୀୟ କାଗଜପତ୍ର ମାଗିଲା
କାଠମାଣ୍ଡୁ, ୫ ସେପ୍ଟେମ୍ବର (ହି.ସ.)- ନେପାଳ ସରକାରଙ୍କ ନିର୍ଦ୍ଦେଶ କ୍ରମେ, ଦେଶର ସମସ୍ତ ମୋବାଇଲ୍ ଏବଂ ଇଂଟରନେଟ୍ ସେବା ପ୍ରଦାନକାରୀ ସମସ୍ତ ସୋସିଆଲ ମିଡିଆ ସାଇଟ୍ ବନ୍ଦ କରିଦେଇଛନ୍ତି । ଦେଶରେ ପଞ୍ଜୀକୃତ ନଥିବା ସୋସିଆଲ ମିଡିଆ ସାଇଟ୍ ଆଉ ନେପାଳରେ ଚାଲୁନାହିଁ । ନେପାଳ ସରକାର ଗୁରୁବାର ଏକ ନିର୍ଦ୍
ନେପାଳରେ ସମସ୍ତ ଇଂଟରନେଟ୍ ସେବା ପ୍ରଦାନକାରୀ ସୋସିଆଲ ମିଡିଆ ସାଇଟ୍ ବନ୍ଦ କଲେ : ମେଟା କମ୍ପାନୀ ପଞ୍ଜୀକରଣ ପାଇଁ ନେପାଳ ସରକାରଙ୍କୁ ଆବଶ୍ୟକୀୟ କାଗଜପତ୍ର ମାଗିଲା


କାଠମାଣ୍ଡୁ, ୫ ସେପ୍ଟେମ୍ବର (ହି.ସ.)- ନେପାଳ ସରକାରଙ୍କ ନିର୍ଦ୍ଦେଶ କ୍ରମେ, ଦେଶର ସମସ୍ତ ମୋବାଇଲ୍ ଏବଂ ଇଂଟରନେଟ୍ ସେବା ପ୍ରଦାନକାରୀ ସମସ୍ତ ସୋସିଆଲ ମିଡିଆ ସାଇଟ୍ ବନ୍ଦ କରିଦେଇଛନ୍ତି । ଦେଶରେ ପଞ୍ଜୀକୃତ ନଥିବା ସୋସିଆଲ ମିଡିଆ ସାଇଟ୍ ଆଉ ନେପାଳରେ ଚାଲୁନାହିଁ ।

ନେପାଳ ସରକାର ଗୁରୁବାର ଏକ ନିର୍ଦ୍ଦେଶ ଜାରି କରି ନେପାଳରେ ପଞ୍ଜୀକୃତ ନଥିବା ସୋସିଆଲ ମିଡିଆ ସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତି ନେଇଥିଲେ । ସରକାରଙ୍କ ଏହି ନିର୍ଦ୍ଦେଶ ପରେ, ସମସ୍ତ ମୋବାଇଲ୍ କମ୍ପାନୀ ଏବଂ ନେପାଳର ଇଂଟରନେଟ୍ ସେବା ପ୍ରଦାନକାରୀ ସଂଘ ସୋସିଆଲ ମିଡିଆ ସାଇଟ୍ ବନ୍ଦ କରିଦେଇଛନ୍ତି । ଏବେ ନେପାଳରେ ଫେସବୁକ୍‌, ମେସେଞ୍ଜର, ହ୍ୱାଟ୍ସଆପ୍‌, ଟ୍ୱିଟର, ୟୁଟ୍ୟୁବ୍‌, ଇନଷ୍ଟାଗ୍ରାମ ସମେତ ୨୬ଟି ସୋସିଆଲ ମିଡିଆ ସାଇଟ୍ ବନ୍ଦ କରିଦିଆଯାଇଛି । ସମସ୍ତ ମୋବାଇଲ୍ କମ୍ପାନୀ ଏବଂ ଇଂଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀ ପୃଥକ୍ ପୃଥକ୍ ବିବୃତି ଜାରି କରି ସରକାରଙ୍କ ନିର୍ଦ୍ଦେଶରେ ଏହି ୨୬ଟି ସୋସିଆଲ ମିଡିଆ ସାଇଟ୍ ବନ୍ଦ କରିବା ବିଷୟରେ ସୂଚନା ଦେଇଛନ୍ତି ।

ଏହି ସମୟରେ, ସରକାରଙ୍କ ସୂଚନା ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ମୁଖପାତ୍ର ଗଜେନ୍ଦ୍ର ଠାକୁର କହିଛନ୍ତି ଯେ, ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ ଭଳି ସୋସିଆଲ ମିଡିଆ ସାଇଟ୍ ର ମୂଳ କମ୍ପାନୀ ମେଟା ନେପାଳ ସରକାରଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରିଛି । ଠାକୁର କହିଛନ୍ତି ଯେ, ମେଟା ର ସିଙ୍ଗାପୁର କାର୍ଯ୍ୟାଳୟ ମନ୍ତ୍ରଣାଳୟକୁ ଫୋନ୍ କରି କମ୍ପାନୀ ପଞ୍ଜିକରଣ ପାଇଁ ଆବଶ୍ୟକୀୟ କାଗଜପତ୍ର ମାଗିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande