ଜମ୍ମୁ, ୦୫ ସେପ୍ଟେମ୍ବର
(ହି.ସ.)- ଜମ୍ମୁ ଏବଂ କାଶ୍ମୀରର ରିୟାସି ଜିଲ୍ଲାରେ ଅବସ୍ଥିତ
ମାତା ବୈଷ୍ଣୋ ଦେବୀ ଗୁମ୍ଫା ମନ୍ଦିରର ଯାତ୍ରା ଶୁକ୍ରବାର ଲଗାତାର ୧୧ ଦିନ ପାଇଁ ସ୍ଥଗିତ
ରହିଛି। ତଥାପି ଦଶ ଦିନ ଧରି ପ୍ରବଳ ବର୍ଷା,ହଠାତ ଆସିଥିବା ବନ୍ୟା ଏବଂ
ଭୂସ୍ଖଳନ ପରେ ସୂର୍ଯ୍ୟ କିରଣ ଯୋଗୁଁ ପାଗରେ ଯଥେଷ୍ଟ ଉନ୍ନତି ହୋଇଛି, କିନ୍ତୁ କର୍ତ୍ତୃପକ୍ଷ ଯାତ୍ରା ପୁନଃ ଆରମ୍ଭ କରିବା
ନେଇ କୌଣସି ନିଷ୍ପତ୍ତି ନେଇନାହାଁନ୍ତି।
ମାତା ବୈଷ୍ଣୋ ଦେବୀ ଗୁମ୍ଫା ମନ୍ଦିରକୁ ଯିବା ରାସ୍ତାରେ ଅର୍ଦ୍ଧକୁଆଁରୀରେ
26 ଅଗଷ୍ଟରେ ହୋଇଥିବା ଭୁସ୍ଖଳନରେ ୩୪ ଜଣ
ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଯାତ୍ରାକୁ ସେହି ଦିନ ପରବର୍ତ୍ତୀ
ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।ଶ୍ରାଇନ୍ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ
ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଥିବା ନିଷ୍ପତ୍ତି ଯୋଗୁଁ ଯାତ୍ରା ଏବେ ବି
ସ୍ଥଗିତ ରହିଛି। ସମସ୍ତ ଦିଗକୁ ମୂଲ୍ୟାଙ୍କନ କରିବା ପରେ ଯାତ୍ରା ପୁନଃ ଆରମ୍ଭ କରିବାର
ନିଷ୍ପତ୍ତି ଉପଯୁକ୍ତ ସମୟରେ ନିଆଯିବ। ମାତା ବୈଷ୍ଣୋଦେବୀ ମନ୍ଦିରର ମୂଳ ଶିବିର ଜମ୍ମୁ ଏବଂ
କଟରା ମଧ୍ୟରେ ସ୍ଥାନୀୟ ଲୋକ ଏବଂ ଫସି ରହିଥିବା ତୀର୍ଥଯାତ୍ରୀଙ୍କ ଯାତାୟାତକୁ ସହଜ କରିବା ପାଇଁ
ଆରମ୍ଭ ହୋଇଥିବା ସ୍ଥାନୀୟ ଟ୍ରେନ୍ ସେବା ମଧ୍ୟ ସ୍ଥଗିତ ରହିଛି। ଗତ କିଛି ଦିନ ଧରି ପ୍ରବଳ
ବର୍ଷା ଯୋଗୁଁ ତ୍ରିକୁଟା ପାହାଡ଼ରେ ଭୂସ୍ଖଳନ ଏବଂ ରାସ୍ତା ଅବରୋଧ ହୋଇଛି, ଯାହା ଫଳରେ ତୀର୍ଥଯାତ୍ରୀଙ୍କ ପାଇଁ ତୀର୍ଥଯାତ୍ରା
ରାସ୍ତା ଅସୁରକ୍ଷିତ ହୋଇଛି। ପ୍ରଶାସନ
ତୀର୍ଥଯାତ୍ରୀମାନଙ୍କୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସେମାନଙ୍କର ଯାତ୍ରା ସ୍ଥଗିତ ରଖିବାକୁ
ପରାମର୍ଶ ଦେଇଛି,କାରଣ ମରାମତି କାର୍ଯ୍ୟ ଏବଂ
ସୁରକ୍ଷା ଯାଞ୍ଚ ଏପର୍ଯ୍ୟନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା