ବାଂଲାଦେଶରେ ୧.୫ ଲକ୍ଷରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିର୍ବାଚନ ତାଲିମ୍ ଦିଆଯିବ
ଢାକା (ବାଂଲାଦେଶ), ୫ ସେପ୍ଟେମ୍ବର (ହି.ସ.)- ଆସନ୍ତା ବର୍ଷ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ସଂସଦୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ୧.୫ ଲକ୍ଷରୁ ଅଧିକ ପୋଲିସ କର୍ମଚାରୀଙ୍କୁ ତାଲିମ୍ ଦିଆଯିବ । ଏହାର ଉଦ୍ଦେଶ୍ୟ ହେଉଛି ନିରପେକ୍ଷ ଏବଂ ସୁରକ୍ଷିତ ନିର୍ବାଚନ ପରିଚାଳନା । ପୋଲିସ ଉପ ମହାନିରୀକ୍ଷକ (ଡି
ବାଂଲାଦେଶରେ ୧.୫ ଲକ୍ଷରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିର୍ବାଚନ ତାଲିମ୍ ଦିଆଯିବ


ଢାକା (ବାଂଲାଦେଶ), ୫ ସେପ୍ଟେମ୍ବର (ହି.ସ.)- ଆସନ୍ତା ବର୍ଷ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ସଂସଦୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ୧.୫ ଲକ୍ଷରୁ ଅଧିକ ପୋଲିସ କର୍ମଚାରୀଙ୍କୁ ତାଲିମ୍ ଦିଆଯିବ । ଏହାର ଉଦ୍ଦେଶ୍ୟ ହେଉଛି ନିରପେକ୍ଷ ଏବଂ ସୁରକ୍ଷିତ ନିର୍ବାଚନ ପରିଚାଳନା । ପୋଲିସ ଉପ ମହାନିରୀକ୍ଷକ (ଡିଆଇଜି) କାଜି ଜିଆଉଦ୍ଦିନ୍ କହିଛନ୍ତି ଯେ, ଆମେ ସ୍ୱତନ୍ତ୍ର, ନିରପେକ୍ଷ, ଏବଂ ଶାନ୍ତିପୂର୍ଣ୍ଣ ଜାତୀୟ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ପ୍ରତିଶୃତିବଦ୍ଧ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

ଢାକା ଟ୍ରିବ୍ୟୁନ୍ ଖବରକାଗଜର ରିପୋର୍ଟ ଅନୁଯାୟୀ, ଡିଆଇଜି କାଜି କହିଛନ୍ତି ଯେ, ୧,୫୦,୦୦୦ କିମ୍ବା ତା'ଠାରୁ ଅଧିକ ପୋଲିସ କର୍ମଚାରୀଙ୍କୁ ସମସ୍ତ ଆବଶ୍ୟକୀୟ ତାଲିମ୍ ଦିଆଯିବ । ପୋଲିସ ମୁଖ୍ୟାଳୟ (ପିଏଚକ୍ୟୁ) ରେ ନିଯୁକ୍ତ ଏବଂ ମୁଖ୍ୟ ଆଇନ ପ୍ରବର୍ତନ ସଂସ୍ଥାର ମାନବ ସମ୍ବଳ (ଏଚଆର) ବିକାଶ ଦାୟିତ୍ୱରେ ଥିବା ଜିଆଉଦ୍ଦିନ୍ କହିଛନ୍ତି ଯେ, ନିର୍ବାଚନ ବିଶେଷଜ୍ଞ ଏବଂ ଓକିଲମାନଙ୍କ ପରାମର୍ଶକୁ ମିଶାଇ ଗତ ତିନି ମାସରେ ନଅଟି ତାଲିମ ମଡ୍ୟୁଲ୍ ପ୍ରସ୍ତୁତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande