ସପରିବାର ଶ୍ରୀରାମଲଲାଙ୍କ ଦର୍ଶନ କଲେ ଭୁଟାନ ପ୍ରଧାନମନ୍ତ୍ରୀ ଟୋବଗେ
ଅଯୋଧ୍ୟା, 5 ସେପ୍ଟେମ୍ବର (ହି.ସ.)- ଭୁଟାନର ପ୍ରଧାନମନ୍ତ୍ରୀ ଦାସୋ ଶେରିଂ ଟୋବଗେ ଶୁକ୍ରବାର ଦିନ ତାଙ୍କ ପରିବାର ସହିତ ଅଯୋଧ୍ୟା ସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀରାମଲଲାଙ୍କ ଦର୍ଶନ କରିଛନ୍ତି ଏବଂ ମନ୍ଦିରର ଭବ୍ୟତାକୁ ପ୍ରଶଂସା କରିଛନ୍ତି। ଟୋବଗେଙ୍କୁ ଟ୍
ସପରିବାର ଶ୍ରୀରାମଲଲାଙ୍କ     ଦର୍ଶନ କଲେ ଭୁଟାନ ପ୍ରଧାନମନ୍ତ୍ରୀ ଟୋବଗେ


ଅଯୋଧ୍ୟା, 5 ସେପ୍ଟେମ୍ବର (ହି.ସ.)- ଭୁଟାନର

ପ୍ରଧାନମନ୍ତ୍ରୀ ଦାସୋ ଶେରିଂ ଟୋବଗେ ଶୁକ୍ରବାର ଦିନ ତାଙ୍କ ପରିବାର ସହିତ ଅଯୋଧ୍ୟା ସ୍ଥିତ

ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀରାମଲଲାଙ୍କ ଦର୍ଶନ କରିଛନ୍ତି ଏବଂ ମନ୍ଦିରର ଭବ୍ୟତାକୁ ପ୍ରଶଂସା କରିଛନ୍ତି।

ଟୋବଗେଙ୍କୁ ଟ୍ରଷ୍ଟର ଅଧିକାରୀମାନେ ମନ୍ଦିର ନିର୍ମାଣ ସହିତ ସଂପୃକ୍ତ ସମସ୍ତ ତଥ୍ୟ ଦେଇଥିଲେ।

ଟୋବଗେ ମନ୍ଦିରରେ ପହଞ୍ଚିବା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା

କରାଯାଇଥିଲା।

ଏହା ପୂର୍ବରୁ, ଭୁଟାନର ପ୍ରଧାନମନ୍ତ୍ରୀ ଦାସୋ ଶେରିଂ ଟୋବଗେ ସକାଳ ୯:୩୦ ମିନିଟ୍

ସମୟରେ ସ୍ଥାନୀୟ ମହର୍ଷି ଵାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନରେ ଅବତରଣ କରିଥିଲେ। ସେଠାରେ

ଜିଲ୍ଲା ପ୍ରଶାସନ ତାଙ୍କୁ ରେଡ୍ କାର୍ପେଟ ସ୍ୱାଗତ କରିଥିଲା ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀ

ସୂର୍ଯ୍ୟ ପ୍ରତାପ ଶାହି, ମେୟର ଗିରିଶ ପତି ତ୍ରିପାଠୀ, ଜିଲ୍ଲାପାଳ ନିଖିଳ ଟିକାରାମ ଫୁଣ୍ଡେ ଏବଂ ଏସଏସପି ଡା. ଗୌରବ ଗ୍ରୋଭର

ତାଙ୍କୁ ସ୍ୱାଗତ କରିଥିଲେ। ଟୋବଗେଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଥିଲେ।

ଏହାପରେ ଭୁଟାନର

ପ୍ରଧାନମନ୍ତ୍ରୀ ଦାସୋ ଶେରିଂ ଟୋବଗେ ସିଧାସଳଖ ଅଯୋଧ୍ୟା ବିମାନବନ୍ଦରରୁ ଶ୍ରୀରାମ ଜନ୍ମଭୂମି

ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରରେ ପହଞ୍ଚିବା ସମୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର

ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ ଏବଂ ସଦସ୍ୟ ଡ଼ା. ଅନିଲ ମିଶ୍ର ତାଙ୍କୁ ସ୍ୱାଗତ କରିଥିଲେ।

ଏହା ପରେ ଭୁଟାନ

ପ୍ରଧାନମନ୍ତ୍ରୀ ଶ୍ରୀରାମଲଲାଙ୍କ ଦର୍ଶନ କରି ପୂଜା ଅର୍ଚ୍ଚନା କରିଛନ୍ତି । ଟୋବଗେ ତାଙ୍କ ପତ୍ନୀଙ୍କ

ସହିତ ରାମ ଦରବାରରେ ମଧ୍ୟ ଦର୍ଶନ-ପୂଜନ କରିଥିଲେ ଏବଂ ମନ୍ଦିର ସହିତ ସଂପୃକ୍ତ ଇତିହାସ ବିଷୟରେ

ଜାଣିଥିଲେ। ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ ତାଙ୍କୁ ମନ୍ଦିର ନିର୍ମାଣ ବିଷୟରେ ସମସ୍ତ ତଥ୍ୟ

ଦେଇଥିଲେ। ଭୁଟାନ ପ୍ରଧାନମନ୍ତ୍ରୀ ପ୍ରାୟ ୧ ଘଣ୍ଟା ୪୦ ମିନିଟ୍ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି

ପରିସରରେ ଅତିବାହିତ କରିଥିଲେ। ସେ ମନ୍ଦିରର ଭବ୍ୟତାର ପ୍ରଶଂସା କରିଥିଲେ ଏବଂ ତାଙ୍କ ପତ୍ନୀଙ୍କ

ସହିତ ସ୍ମୃତି ସ୍ୱରୂପ ଫଟୋ ଉଠାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande