ଅଯୋଧ୍ୟାରେ ପହଂଚିଲେ ଭୁଟାନ ପ୍ରଧାନମନ୍ତ୍ରୀ, ଶ୍ରୀରାମଲଲାଙ୍କ କରିବେ ଦର୍ଶନ
ଅଯୋଧ୍ୟା, 5 ସେପ୍ଟେମ୍ବର (ହି.ସ.)- ଭୁଟାନର ପ୍ରଧାନମନ୍ତ୍ରୀ ଡ଼ାସୋ ଶେରିଙ୍ଗ ଟୋବଗେ ଶୁକ୍ରବାର ଦିନ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି । ସେ ପ୍ରାୟ ସକାଳ ୯:୩୦ ବେଳେ ମହର୍ଷି ବାଲ୍ମୀକି ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି । ତାଙ୍
ଅଯୋଧ୍ୟାରେ ପହଂଚିଲେ ଭୁଟାନ ପ୍ରଧାନମନ୍ତ୍ରୀ, ଶ୍ରୀରାମଲଲାଙ୍କ କରିବେ ଦର୍ଶନ


ଅଯୋଧ୍ୟା, 5 ସେପ୍ଟେମ୍ବର (ହି.ସ.)- ଭୁଟାନର ପ୍ରଧାନମନ୍ତ୍ରୀ ଡ଼ାସୋ ଶେରିଙ୍ଗ ଟୋବଗେ ଶୁକ୍ରବାର ଦିନ ଶ୍ରୀରାମ

ଜନ୍ମଭୂମି ମନ୍ଦିରର ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି । ସେ ପ୍ରାୟ ସକାଳ ୯:୩୦ ବେଳେ

ମହର୍ଷି ବାଲ୍ମୀକି ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି । ତାଙ୍କର ଏହି ଗସ୍ତ

ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ।

ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର କୃଷି ଓ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ

ଶାହୀ, ଜିଲ୍ଲା ପ୍ରଶାସନର ପକ୍ଷରୁ ଜିଲ୍ଲାପାଳ

ନିଖିଲ ଟୀକାରାମ ଫୁଣ୍ଡେ ଓ ଏସଏସପି ଡ଼ା. ଗୌରବ ଗ୍ରୋଭର ସ୍ୱାଗତ କରିଥିଲେ। ତାଙ୍କ ଆଗମନକୁ

ଦେଖି ସୁରକ୍ଷା ବ୍ୟବସ୍ଥା ବହୁତ କଡାକଡି କରାଯାଇଛି। ପ୍ରତ୍ୟେକ ସ୍ଥାନରେ ଏଟିଏସ୍ ଓ ଏସ୍‌ଟିଏଫ୍

ଦ୍ୱାରା କଡା ନଜର ରଖାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande