ନୂଆଦିଲ୍ଲୀ, 5 ସେପ୍ଟେମ୍ବର (ହି.ସ.)- ଯମୁନା ନଦୀର
ଜଳସ୍ତର ବିପଦ ସଂକେତରୁ ଦୁଇ ମିଟର୍ ଉପରେ ବହୁଥିବା ପରିସ୍ଥିତିକୁ ନେଇ ଶୁକ୍ରବାର ଦିନ ଦିଲ୍ଲୀର
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମସ୍ତ ଜିଲ୍ଲାପାଳଙ୍କ ସହିତ ଭିସି ଜରିଆରେ ଏକ ବୈଠକ କରିଛନ୍ତି
ଏବଂ ଯମୁନା ଜଳସ୍ତର ଓ ପ୍ରବଳ ବର୍ଷା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି ।
ମୁଖ୍ୟମନ୍ତ୍ରୀ
ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ 24x7
ମନିଟରିଂ ଜାରି ରହିବା ଉଚିତ, ରିଲିଫ କାର୍ଯ୍ୟରେ କୌଣସି
ଅବହେଳା ହେଉନାହିଁ ଓ ପ୍ରତ୍ୟେକ ଦିଲ୍ଲୀବାସୀଙ୍କର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ।
ସେ କହିଛନ୍ତି ଯେ ସରକାରର ସମ୍ପୂର୍ଣ୍ଣ ଟିମ୍ ସଚେତନ ଅଛି ଓ ପ୍ରତ୍ୟେକ ପରିସ୍ଥିତି ସହିତ
ମୁକାବିଲା କରିବା ପାଇଁ ପ୍ରସ୍ତୁତ।
ଦିଲ୍ଲୀରେ ବିପଦ ସଂକେତ (205.33
ମିଟର୍) ଠାରୁ ଦୁଇ ମିଟର୍ ଉପରେ ବହୁଥିବା ଯମୁନା ନଦୀର ଜଳସ୍ତର ଶୁକ୍ରବାର ଦିନ ସାମାନ୍ୟ କମିଛି, ଦ୍ୱିପ୍ରହର 1ଟା ବେଳେ ଏହା 207.22 ମିଟର୍ ରେ ରେକର୍ଡ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା