ୟୁଏଇରୁ ପଳାତକ ହର୍ଷିତ ବାବୁଲାଲ ଜୈନଙ୍କ ପ୍ରତ୍ୟର୍ପଣ କଲା ସିବିଆଇ
ନୂଆଦିଲ୍ଲୀ, 5 ସେପ୍ଟେମ୍ବର (ହି.ସ.)- କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ ଶୁକ୍ରବାର ଦିନ ସଂଯୁକ୍ତ ଆରବ ଏମିରେଟ୍‌ସରୁ କାର ଚୋରି, ବେଆଇନ ଜୁଆ ଓ ମନି ଲଣ୍ଡରିଂ ମାମଲାରେ ପଳାତକ ହର୍ଷିତ ବାବୁଲାଲ୍ ଜୈନକୁ ପ୍ରତ୍ୟର୍ପଣ କରିଛି। ଆଜି ତାଙ୍କୁ ଅହମଦାବାଦ୍‌ ଆନ୍ତର୍ଜାତୀୟ ବିମାନ
ୟୁଏଇରୁ ପଳାତକ ହର୍ଷିତ ବାବୁଲାଲ ଜୈନଙ୍କ ପ୍ରତ୍ୟର୍ପଣ କଲା ସିବିଆଇ


ନୂଆଦିଲ୍ଲୀ, 5 ସେପ୍ଟେମ୍ବର (ହି.ସ.)- କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ ଶୁକ୍ରବାର ଦିନ ସଂଯୁକ୍ତ ଆରବ ଏମିରେଟ୍‌ସରୁ କାର

ଚୋରି, ବେଆଇନ ଜୁଆ ଓ ମନି ଲଣ୍ଡରିଂ ମାମଲାରେ ପଳାତକ

ହର୍ଷିତ ବାବୁଲାଲ୍ ଜୈନକୁ ପ୍ରତ୍ୟର୍ପଣ କରିଛି। ଆଜି ତାଙ୍କୁ ଅହମଦାବାଦ୍‌ ଆନ୍ତର୍ଜାତୀୟ

ବିମାନବନ୍ଦରରେ ଗୁଜରାଟ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସିବିଆଇ,ଗୁଜରାଟ ପୋଲିସ, ବିଦେଶ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ସହିତ ମିଳିତ ଭାବେ କାମ କରିଛନ୍ତି।

ସିବିଆଇଅନୁସାରେ, ଗୁଜରାଟ ପୋଲିସ ଦୀର୍ଘ ସମୟ ଧରି ହର୍ଷିତ ବାବୁଲାଲ୍ ଜୈନଙ୍କ ତଲାସ ଚଲାଉଥିଲେ।

ଏହି ପ୍ରକ୍ରିୟାର ଅଂଶ ଭାବରେ ସିବିଆଇ ଦ୍ୱାରା ୯ ଅଗଷ୍ଟ ୨୦୨୩ ରେ ଇଣ୍ଟରପୋଲ ମାଧ୍ୟମରେ ତାଙ୍କ

ବିରୁଦ୍ଧରେ ଏକ ରେଡ୍ ନୋଟିସ୍ ଜାରି କରାଯାଇଥିଲା। ଏହି ରେଡ୍ ନୋଟିସ୍ ଜାରି ହେବା ପରେ ତାଙ୍କୁ ୟୁଏଇରୁ

ନିର୍ବାସିତ କରାଯାଇ ଭାରତକୁ ଆଣାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande