ଇନ୍ଦୋର/ଭୁବନେଶ୍ୱର,୦୬ ସେପ୍ଟେମ୍ବର (ହି.ସ.)- ମଧ୍ୟପ୍ରଦେଶର ଅଭୟ ପ୍ରଶାଲ, ଇନ୍ଦୋରରେ ୩ରୁ ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ପାରା ରାଙ୍କିଙ୍ଗ ଟେବୁଲ ଟେନିସ ପ୍ରତିଯୋଗିତା ୨୦୨୫–୨୬ ରେ ଓଡ଼ିଶାରୁ ଉଦୟ କୁମାର ରାଉତ, ସୁଭଦ୍ରା ଦାସ ଓ କାମିନୀ ନାୟକ ଭାଗ ନେଇଥିଲେ।
କ୍ଲାସ–୬ କ୍ୟାଟେଗୋରିରେ ଉଦୟ କୁମାର ରାଉତ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ସେ ସେମିଫାଇନାଲରେ ବିହାରର ବିବେକାନନ୍ଦ ସିଂଙ୍କୁ ୫ଟି ସେଟ୍ ରୁ ୩ଟି ସେଟ୍ ଜିତି ପରାସ୍ତ କରିଥିଲେ। ଫାଇନାଲରେ ସେ ଉତରାଖଣ୍ଡର ପ୍ରମୋଦ କୁମାରଙ୍କୁ ପରାଜିତ କରିପାରିନଥିବାରୁ ରନର୍ସ-ଅପ୍ ହୋଇଥିଲେ। ବର୍ତମାନ ଉଦୟ କୁମାର ରାଉତ ସ୍ପୋର୍ଟ୍ସ ଅଥୋରିଟି ଅଫ ଇଣ୍ଡିଆ ଗାନ୍ଧୀନଗର, ଗୁଜୁରାଟରେ ପ୍ରଶିକ୍ଷଣ ନେଉଛନ୍ତି।
ଉଦୟଙ୍କ ଏହି ସଫଳତା ପାଇଁ ପାରା ସ୍ପୋର୍ଟ୍ସ ଆସୋସିଏସନ, ଓଡ଼ିଶାର ସଭାପତି କମଳା କାନ୍ତ ରଥ ଓ ସଚିବ ସୁନୀଲ ପ୍ରଧାନ ତାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି। “ଓଡ଼ିଶାର ପାରା କ୍ରୀଡ଼ାବିଦମାନେ ବିଭିନ୍ନ କ୍ରୀଡାରେ ସଫଳତା ସାଧନ କରୁଛନ୍ତି, ଯାହା ରାଜ୍ୟ ପାଇଁ ଗୌରବର ବିଷୟ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା