ନେପାଳରେ ସୋସିଆଲ ମିଡିଆ ସାଇଟ୍ ବନ୍ଦ କରିବା ବିରୋଧରେ ସେପ୍ଟେମ୍ବର ୮ ରୁ ସଂସଦ ଭବନ ସମ୍ମୁଖରେ ପ୍ରତିବାଦ
କାଠମାଣ୍ଡୁ, ୭ ସେପ୍ଟେମ୍ବର (ହି.ସ.)- ନେପାଳରେ ଫେସବୁକ୍‌, ଏକ୍ସ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଭଳି ୨୬ଟି ସୋସିଆଲ ମିଡିଆ ସାଇଟ୍ ଉପରେ ପ୍ରତିବନ୍ଧକ ବିରୋଧରେ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ନୂତନ ପିଢ଼ି ସେପ୍ଟେମ୍ବର ୮ ରୁ କାଠମାଣ୍ଡୁରେ ସଂସଦ ଭବନ ସମ୍ମୁଖରେ ପ୍ରତିବାଦ ଆରମ୍ଭ କରିବାକୁ ଘୋଷଣ
ନେପାଳରେ ସୋସିଆଲ ମିଡିଆ ସାଇଟ୍ ବନ୍ଦ କରିବା ବିରୋଧରେ ସେପ୍ଟେମ୍ବର ୮ ରୁ ସଂସଦ ଭବନ ସମ୍ମୁଖରେ ପ୍ରତିବାଦ


କାଠମାଣ୍ଡୁ, ୭ ସେପ୍ଟେମ୍ବର (ହି.ସ.)- ନେପାଳରେ ଫେସବୁକ୍‌, ଏକ୍ସ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଭଳି ୨୬ଟି ସୋସିଆଲ ମିଡିଆ ସାଇଟ୍ ଉପରେ ପ୍ରତିବନ୍ଧକ ବିରୋଧରେ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ନୂତନ ପିଢ଼ି ସେପ୍ଟେମ୍ବର ୮ ରୁ କାଠମାଣ୍ଡୁରେ ସଂସଦ ଭବନ ସମ୍ମୁଖରେ ପ୍ରତିବାଦ ଆରମ୍ଭ କରିବାକୁ ଘୋଷଣା କରିଛି । ସରକାରଙ୍କ ନିଷ୍ପତି ବିରୋଧରେ ପ୍ରତିବାଦରେ ଯୁବପିଢ଼ିଙ୍କୁ ସଂସଦ ଭବନ ଘେରାଉ କରିବାକୁ ଆହ୍ୱାନ କରାଯାଇଛି । ଯୁବପିଢ଼ି 'ଦ ଫାଇନାଲ୍ ରିଭୋଲ୍ୟୁସନ୍ - ବିଆର୍ ପଂଚିଙ୍ଗ' ଭଳି ସ୍ଲୋଗାନ ଦେଇ ସଂସଦ ଭବନ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ କରିଛନ୍ତି, ଯାହାକୁ ସୋସିଆଲ ମିଡିଆରେ ବହୁତ ଭଲ ପ୍ରତିକ୍ରିୟା ମିଳୁଛି । ଟିକଟକ୍ ରେ ହଜାର ହଜାର ଲୋକ ସୋମବାର ସଂସଦ ଭବନ ଘେରାଉରେ ସାମିଲ୍ ହେବାକୁ ରାଜି ହୋଇଛନ୍ତି । ଏହି ଆନ୍ଦୋଳନର ନେତୃତ୍ୱ କିଏ ନେବେ ଏବଂ କିଏ ଦାୟିତ୍ୱ ନେବେ ତାହା ଏପର୍ଯ୍ୟନ୍ତ ଜଣାନାହିଁ, କିନ୍ତୁ ଏହି ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ସରକାରଙ୍କ ନିଷ୍ପତିକୁ ବିରୋଧ କରିବା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande