ଗୁଣ୍ଡିଚା ଘାଗି ଜଳପ୍ରପାତ ଘାଇରେ ଯୁବକ ନିଖୋଜ
କେନ୍ଦୁଝର, 8 ସେପ୍ଟେମ୍ବର (ହି.ସ.) ଗୁଣ୍ଡିଚା ଘାଗି ଘଟିଛି ଏକ ବଡ ଅଘଟଣ ପରିବାର ଲୋକଙ୍କ ସହିତ ଗୁଣ୍ଡିଚା ଘାଗି ଜଳ ପ୍ରପାତ ବୁଲିବାକୁ ଆସି ପ୍ରଖର ଜଳ ସ୍ରୋତରେ ପଡି ଯୁବକ ନିଖୋଜ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରୁ ଜଣା ପଡିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ବର୍ତନା ଗ୍ରାମର ସହଦେଵ ବେହେରାଙ୍କ ପୁଅ
ଗୁଣ୍ଡିଚା ଘାଗି ଜଳପ୍ରପାତ ଘାଇରେ ଯୁବକ ନିଖୋଜ


କେନ୍ଦୁଝର, 8 ସେପ୍ଟେମ୍ବର (ହି.ସ.) ଗୁଣ୍ଡିଚା ଘାଗି ଘଟିଛି ଏକ ବଡ ଅଘଟଣ ପରିବାର ଲୋକଙ୍କ ସହିତ ଗୁଣ୍ଡିଚା ଘାଗି ଜଳ ପ୍ରପାତ ବୁଲିବାକୁ ଆସି ପ୍ରଖର ଜଳ ସ୍ରୋତରେ ପଡି ଯୁବକ ନିଖୋଜ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରୁ ଜଣା ପଡିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ବର୍ତନା ଗ୍ରାମର ସହଦେଵ ବେହେରାଙ୍କ ପୁଅ ଦେବେଶ ବେହେରା (୩୨) ତାଙ୍କ ଭଉଣୀ, ଭିଣେଇ ଓ ଦୁଇ ସାଙ୍ଗ ସାଥିରେ ଘଟଗାଁ ଥାନା ଅଧୀନ ଗୁଣ୍ଡିଚା ଘାଗି ଜଳ ପ୍ରପାତ ବୁଲିବାକୁ ଆସିଥିଲେ। ଦେବେଶ ଅନ୍ୟ ମାନଙ୍କୁ ଛାଡି ଫୋଟ ଉଠାଇ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଥିଲେ। ଦୁଃଖର ବିଷୟ ସାଧାରଣ ଅସାବଧାନତା ଯୋଗୁଁ ଏକ ଘାଇରେ ତାଙ୍କ ଗୋଡ଼ ଖସିଯାଇଥିଲା।ଗୋଡ଼ ଖସିଯିବା ପରେ ସେ ଏକ ପଥରକୁ ଧରି ରହି ଯାଇଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା କିଛି ଯୁବକ ଉଧାର କରିବା ଚେଷ୍ଟାରେ ଏକ ଡାଳ ପକାଇ ଥିଲେ ମଧ୍ୟ ଡାଳ କୁ ସାହାରା କରି ଯୁବକ ଉଠିବାକୁ ଚେଷ୍ଟା କରିଥିଲେ ସୁଧା ଡାଳରୁ ହାତ ଖସି ଯାଇଥିଲା। ଯାହା ଫଳରେ ଯୁବକ ଜଣଙ୍କ ଘାଇ ର ପ୍ରଖର ସ୍ରୋତରେ ଖସିପଡି ଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ଧରି ଖୋଜା ଖୋଜି କରିଥିଲେ ସୁଧା ନିଖୋଜ ଯୁବକର କୌଣସି ପତ୍ତା ମିଳି ନଥିଲା। ଉକ୍ତ ସ୍ଥାନରେ ପୋଲିସ କର୍ମଚାରୀ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିଥିଲେ ସୁଧା ରିପୋର୍ଟ ପୂର୍ବରୁ ଯୁବକ ଉଧାର ହୋଇ ନଥିବ ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande