ଜୟପୁର-ଭୁବନେଶ୍ୱର ଏବଂ ଜୟପୁର –ବିଶାଖପାଟଣା ଯାତ୍ରୀ ବିମାନ ସେବାରେ ଭଡା ବୃଦ୍ଧି
ଜୟପୁର, ୦୧ ଜାନୁଆରି (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ଠାରୁ ଭୁବନେଶ୍ୱର ଏବଂ ବିଶାଖପାଟଣାକୁ ଚଳଚାଳ କରୁଥିବା ଯାତ୍ରୀବାହୀ ବିମାନର ଭଡା ବୃଦ୍ଧି କରାଯାଇଛି । ଏହିପରି ହଠାତ ଯାତ୍ରୀଭଡା ପ୍ରାୟ ୫୦୦ରୁ ୧ହଜାର ମଧ୍ୟରେ ବୃଦ୍ଧିକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏହା ନୂତନ ବର୍ଷରେ ଯାତ୍
ଜୟପୁର-ଭୁବନେଶ୍ବର ଏବଂ ଜୟପୁର –ବିଶାଖପାଟଣା ଯାତ୍ରୀ ବିମାନ ସେବାରେ ଭଡା ବୃଦ୍ଧି


ଜୟପୁର, ୦୧ ଜାନୁଆରି (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ଠାରୁ ଭୁବନେଶ୍ୱର ଏବଂ ବିଶାଖପାଟଣାକୁ ଚଳଚାଳ କରୁଥିବା ଯାତ୍ରୀବାହୀ ବିମାନର ଭଡା ବୃଦ୍ଧି କରାଯାଇଛି । ଏହିପରି ହଠାତ ଯାତ୍ରୀଭଡା ପ୍ରାୟ ୫୦୦ରୁ ୧ହଜାର ମଧ୍ୟରେ ବୃଦ୍ଧିକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏହା ନୂତନ ବର୍ଷରେ ଯାତ୍ରୀଙ୍କୁ ବିମାନ ଚଳାଚଳ ଦାୟିତ୍ୱରେ ରହିଥିବା ଇଣ୍ଡିଆ ୱାନ କମ୍ପାନୀର ଭେଟି ବୋଲି ସମାଲୋଚନା କରିଛନ୍ତି । ଗତ ୨୦୨୨ ମସିହା ଠାରୁ ଆରମ୍ଭ ହୋଇଥିବା ୯ ସିଟ ବିଶିଷ୍ଟ ଏହି ଯାତ୍ରୀବାହୀ ବିମାନ ବିମାନ ସେବା ପୂର୍ବରୁ ଭୁବନେଶ୍ୱର ପାଇଁ ଯାତ୍ରୀ ଭଡା ୩ହଜାର ୬୭୪ ଟଙ୍କା ରହିଥିବା ବେଳେ ଆଜି ଠାରୁ ଏହାର ଦର ବୃଦ୍ଧି କରାଯାଇ ୪ହଜାର ୬୨୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ବିଶାଖପାଟଣାକୁ ପୂର୍ବରୁ ୨୫୦୦ ଟଙ୍କା ରହିଥଇବା ବେଳେ ବର୍ତମାନ ଏହାକୁ ବୃଦ୍ଧି କରାଯାଇ ୩୦୪୦ ଟଙ୍କା ରହିଛି । ପ୍ରକାଶଯେ, ଉପାନ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱରକୁ ବିମାନ ସେବା ନେଇ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ଗତ ୨୦୨୨ ମସିହା ୩୧ ତାରିଖରେ ୯ ସିଟ ବିଶିଷ୍ଟ ବିମାନ ସେବାର ଶୁଭାରମ୍ଭ ହୋଇଥିଲା । ଏହାର କିଛି ଦିନ ପରେ ବିଶାଖପାଟଣାକୁ ମଧ୍ୟ ଏହି ବିମାନା ଯାତ୍ରା ଜୟପୁର ଠାରୁ ଆରମ୍ଭ କରିଥିଲା । ଲୋକଙ୍କ ଯାତ୍ରାର ଚାହିଦା ଏବଂ ଦାବି ଅନୁଯାୟୀ ୨୦୨୩ ମସିହା ନଭେମ୍ବର ମାସରୁ ଅପରାହ୍ନରେ ୨ୟ ବିମାନ ସେବା ଆରମ୍ଭ ହୋଇଥିଲା । ନୀତିଦିନିଆ ଏହି ବିମାନ ସେବା ଆରମ୍ଭ ହୋଇଥିବା ବେଳେ ପ୍ରଥମ ବିମାନ ଭୁବନେଶ୍ୱରରୁ ଜୟପୁର ଆସିବା ପରେ ପୁଣି ଫେରିଯାଉଛି । ଦ୍ୱିତୀୟ ବିମାନ ଭୁବନେଶ୍ୱର ଠାରୁ ଯାତ୍ରା ଆରମ୍ଭ କରିବା ପରେ ଜୟପୁର ଠାରେ ପହଂଚି ଏଠାରୁ ବିଶାଖପାଟଣା ଯାଇ ପୁଣି ଜୟପୁର ଫେରିବା ସହିତ ଭୁବନେଶ୍ୱର ଯାତ୍ରା କରୁଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande