
ସମ୍ବଲପୁର, ୧ ଜାନୁଆରୀ (ହି.ସ.)- ଇଂରାଜୀ ନବବର୍ଷରେ ମା' ସମଲେଶ୍ଵରୀଙ୍କ ଦର୍ଶନରୁ ଦିନ ଆରମ୍ଭ କରିବା ପାଇଁ ସକାଳୁ ସକାଳୁ ଆଜି ମାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭୋର ୫ଟାରେ ମାଙ୍କ ମଙ୍ଗଳ ଆଳତୀ କରାଯାଇଥିଲା । ଶ୍ରଦ୍ଧାଳୁ ମାନଙ୍କ ପାଇଁ ସକାଳ ୬ଟା ରେ ମନ୍ଦିର ଗେଟ ଖୋଲା ଯାଇଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ନବ ବର୍ଷର ପ୍ରଥମ ଦିନରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସର ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୨୪ ଘଂଟା ପୋଲିସ ମୁତୟନ ରହିବେ । ମା ଙ୍କୁ ସ୍ୱତନ୍ତ୍ର ଦର୍ଶନ କରିବା ପାଇଁ ଟିକେଟର ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ