ଧୋକା ଦେଲା ଗୁଗୁଲ ମ୍ୟାପ, ଘର ଉପରେ ମାଡିଗଲା ଟ୍ରକ୍
ଭଦ୍ରକ, ୧ ଜାନୁଆରୀ (ହି.ସ.)- ଧୋକା ଦେଲା ଗୁଗୁଲ ମ୍ୟାପ । ଘର ଉପରେ ମାଡିଗଲା ଟ୍ରକ୍ । ଦୁର୍ଘଟଣାରେ ଭାଙ୍ଗିଯାଇଛି ଘର । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ । ଆଜି ଭୋର୍ ସମୟରେ କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା । ନୂଆ କରି ଧାମରାକୁ ଗ
ଧୋକା ଦେଲା ଗୁଗୁଲ ମ୍ୟାପ, ଘର ଉପରେ ମାଡିଗଲା ଟ୍ରକ୍


ଭଦ୍ରକ, ୧ ଜାନୁଆରୀ (ହି.ସ.)- ଧୋକା ଦେଲା ଗୁଗୁଲ ମ୍ୟାପ । ଘର ଉପରେ ମାଡିଗଲା ଟ୍ରକ୍ । ଦୁର୍ଘଟଣାରେ ଭାଙ୍ଗିଯାଇଛି ଘର । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ । ଆଜି ଭୋର୍ ସମୟରେ କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା । ନୂଆ କରି ଧାମରାକୁ ଗାଡି ନେଇ ଯାଉଥିବା ଡ୍ରାଇଭରକୁ ରାସ୍ତା ଜଣା ନଥିବାରୁ ସେ ଗୁଗଲ ମ୍ୟାପ ଦେଖି ଗାଡି ଚଳାଉଥିଲେ । ଏହି ସମୟରେ ଅସାବଧାନତାବଶତଃ ଘଟିଥିଲା ଦୁର୍ଘଟଣା ।

ଭଦ୍ରକ- ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଗାଡି ଚଳାଇ ଗାଁ ଭିତରେ ଟ୍ରକକୁ ପୂରାଇ ଦେଇଥିଲେ । ଅଣଓସରିଆ ଗାଁ ଭିତରେ ବଡ ଟ୍ରକଟି ଆଉ ବୁଲି ନ ପାରି ରମେଶ ଦାସଙ୍କ ଘର ଉପରେ ମାଡି ଯାଇଥିଲା । ଏହା ଦେଖି ଗାଁ ଲୋକେ ବାଂଶଡା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଂଶଡା ପୋଲିସ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରି ଗାଡିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande