
ଧର୍ମଶାଳା, ୦୧ ଜାନୁଆରୀ(ହି.ସ.) – ଗୋକର୍ଣିକା ସାହିତ୍ୟ ସମାଜ ପକ୍ଷରୁ ନୂତନ ବର୍ଷ ଉପଲକ୍ଷେ ବନ୍ଧୁମିଳନ ଓ କବିତା ପାଠୋତ୍ସବ କାର୍ଯ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ.ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଲେଖକ ସମ୍ମେଳନ ସଭାପତି ଡ.ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ପ୍ରାଚୀନ କାବ୍ୟକବିତା ଓ ଆଧୁନିକ କବିତାର ଗତି ଓ ପ୍ରକୃତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଗବେଷକ ଡ.ରବୀନ୍ଦ୍ର ବିହାରୀ ଯୋଗଦେଇ ହୃଦୟକୁ ଛୁଇଁଲା ପରି କବିତା କାଳଜୟୀ ହୁଏ ବୋଲି କହିଥିଲେ । ଡ. ମହେଶ୍ୱର ପାଢ଼ୀଙ୍କ ସଂଯୋଜନାରେ କବି ଡ.ଗୌତମ ଜେନା, ଡ. ତୁହିନାଂଶୁ ରଥ,ସଂଗ୍ରାମ ଜେନା,ହୃଷୀକେଶ ସାମଲ,ଅଧ୍ୟାପକ ବିଜୟ କୁମାର ନାୟକ,ପଣ୍ଡିତ ବ୍ରଜ କିଶୋର ଦାଶ, କବି ପ୍ରହଲ୍ଲାଦ ପଣ୍ଡା,ସୁରେନ୍ଦ୍ର କୁମାର ବେହେରା ,ସୁନାକର ସାହୁ ଓ ପ୍ରଫୁଲ୍ଲ କୁମାର ସ୍ୱାଇଁ କବିତା ପାଠ କରିଥିଲେ। ସମ୍ପାଦକ ଡ.ଇନ୍ଦୁପ୍ରଭା ସାମଲ ସ୍ୱାଗତ ଭାଷଣ ଓ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଆଇନଜିବୀ ସନ୍ତୋଷ କୁମାର ତରାଇ, ଅଧ୍ୟାପିକା ମଧୁସ୍ମିତା ମିଶ୍ର ପରିଚାଳନା କରିଥିବା ବେଳେ ଗୋକର୍ଣିକାର ସମ୍ପାଦକ ଡ.ଅମୃତ ରଞ୍ଜନ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ