
ଧର୍ମଶାଳା, ୦୧ ଜାନୁଆରୀ(ହି.ସ.) – ନବବର୍ଷ ଅବସରରେ ଯାଜପୁର ଜିଲା ରସୁଲପୁର ବ୍ଳକ କୁଆଖିଆ ଲାୟନ୍ସ କ୍ଲବ ପକ୍ଷରୁ ପୂଜ୍ୟପୂଜା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ଜନ୍ମେଜୟ ସାହୁଙ୍କ ସଭାପତିତ୍ୱରେ ରସୁଲପୁର ବ୍ଲକ ବ୍ରହ୍ମବରଦା ମିଡିଆ କ୍ଲବ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ସାମାଜିକ କର୍ମୀ ଦେବବ୍ରତ ରାଉତ ଓ ଚିତ ରଂଜନ ଦାସ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରାକ୍ତନ ଶିକ୍ଷାବିତ୍ ତଥା କବି ବିଶ୍ୱନାଥ ପଣ୍ଡା, ଶିଶୁ ଅଧିକାର ସାମାଜିକ କର୍ମୀ ମଂଟୁ ଦାସ,ସାମ୍ବାଦିକ ଚିନ୍ମୟ ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ଶିଶୁ ପ୍ରତିଭା ନାସିରୁଦ୍ଧିନ ଖାଁ ଓ ଦିବ୍ୟାଙ୍ଗ ନୃତ୍ୟ ଶିଳ୍ପୀ ସତ୍ୟବ୍ରତ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସରୋଜ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଦେବାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ