ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତିଅବସରରେ ଶୈବପୀଠରେ ପୂଜାର୍ଚ୍ଚନା କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 11 ଜାନୁଆରି (ହି.ସ.)- ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତିଅବସରରେ ଶୈବପୀଠରେ ପୂଜାର୍ଚ୍ଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା ଫଟୋ ସେୟାର କରି କହିଛନ୍ତି ଯେ, କୋଟି କୋଟି ଭା
ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 11 ଜାନୁଆରି (ହି.ସ.)- ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତିଅବସରରେ ଶୈବପୀଠରେ ପୂଜାର୍ଚ୍ଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ

ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା ଫଟୋ ସେୟାର କରି କହିଛନ୍ତି ଯେ, କୋଟି କୋଟି

ଭାରତୀୟଙ୍କ ଅତୁଟ ଆସ୍ଥାର ପ୍ରତୀକ ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର ୧୦୦୦ ବର୍ଷ

ପୂର୍ତ୍ତି ଏବଂ ଏହି ମନ୍ଦିର ସହ ଭାରତୀୟଙ୍କ ଭାବଗତ ସମ୍ପର୍କର ପର୍ବ 'ସୋମନାଥ ସ୍ୱାଭିମାନ ପର୍ବ'

। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ

ଆହ୍ୱାନ କ୍ରମେ ଏହି ପର୍ବକୁ ଶୈବପୀଠରେ ପୂଜାର୍ଚ୍ଚନା ଏବଂ ଦୀପ ପ୍ରଜ୍ଜ୍ୱଳନ କରି ପାଳନ

କରାଯାଉଛି । ଆପଣମାନେ ଏଥିରେ ଅଂଶଗ୍ରହଣ କରିବା

ସହ 'ସୋମନାଥ ସ୍ୱାଭିମାନ ପର୍ବ' ମାଧ୍ୟମରେ ସୋମନାଥ

ମନ୍ଦିରର ଇତିହାସକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଅନୁରୋଧ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande