
ଭଦ୍ରକ, ୧୨ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲାର ୧୧୬ ଜଣ ବରିଷ୍ଟ ନାଗରିକ ରାମେଶ୍ୱରମ ଓ ମଦୁରାଇ ତୀର୍ଥ ଯାତ୍ରା ସଫଳତାର ସହିତ ସମାପ୍ତ କରି ଆଜି ସୁରକ୍ଷିତ ଭାବେ ଜିଲ୍ଲାକୁ ଫେରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଓ ବ୍ୟବସ୍ଥା କରାଯାଇଥିବାରୁ ସମଗ୍ର ଯାତ୍ରା ସୁସଂଘଟିତ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ ହୋଇପାରିଛି। ଏହି ତୀର୍ଥ ଯାତ୍ରାରେ ୪ ଜଣ ଏସ୍କର୍ଟ ଅଫିସର ଡ଼ଃ ଭଗବାନ ବାରିକ, ପ୍ରକାଶ ସାହୁ, ସୌମ୍ୟଜିତ ସାହୁ ଓ ଶୋଭନ ପାଢି ଯାତ୍ରୀମାନଙ୍କ ସୁବିଧା, ସୁରକ୍ଷା ଓ ସମନ୍ୱୟର ଦାୟିତ୍ୱ ସଫଳତାର ସହିତ ପାଳନ କରିଥିଲେ।ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗଙ୍କ ସମନ୍ୱୟରେ ଏହି ରାମେଶ୍ୱରମ–ମଦୁରାଇ ତୀର୍ଥ ଯାତ୍ରା ସଫଳ ଭାବେ ସମ୍ପନ୍ନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ