ଭଦ୍ରକ- ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ଭଦ୍ରକ, ୧୨ ଜାନୁଆରୀ (ହି.ସ.) - ଭଦ୍ରକ-ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ରେଳ ଚଳାଚଳ କରିବା, ଭଦ୍ରକ-ଧାମରା ରେଳପଥ ଓ ଧାମରା ବାଣିଜ୍ୟିକ ବନ୍ଦର ମାଲିକାନାକୁ ଗୌତମ ଆଦାନୀ ଙ୍କ ହାତରୁ କାଢି ସରକାରଙ୍କ ମାଲିକାନାକୁ ଆଣିବା, ଧାମରା ବନ୍ଦରରେ ଭଦ୍ରକ ଜିଲ୍ଲାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବ
BHADRAK-DHAMARA PASSENGER TRAIN DABI DHARANA


ଭଦ୍ରକ, ୧୨ ଜାନୁଆରୀ (ହି.ସ.) - ଭଦ୍ରକ-ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ରେଳ ଚଳାଚଳ କରିବା, ଭଦ୍ରକ-ଧାମରା ରେଳପଥ ଓ ଧାମରା ବାଣିଜ୍ୟିକ ବନ୍ଦର ମାଲିକାନାକୁ ଗୌତମ ଆଦାନୀ ଙ୍କ ହାତରୁ କାଢି ସରକାରଙ୍କ ମାଲିକାନାକୁ ଆଣିବା, ଧାମରା ବନ୍ଦରରେ ଭଦ୍ରକ ଜିଲ୍ଲାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ଦାବିରେ ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ ବନ୍ତ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତି ସଭାପତି ଯୁବ ଆଇନଜୀବୀ ବିକାଶ ନାଥ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ସଂଗ୍ରାମ ସମିତିର ଉପଦେଷ୍ଟା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଅନ୍ୟତମ ଉପଦେଷ୍ଟା ନିରଞ୍ଜନ ପାଣି, ଚନ୍ଦ୍ରଶେଖର ନାୟକ, ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକ, ଆଇନଜୀବୀ ଗିରିଧାରୀ ନାଥ, ଜାତୀୟ କଂଗ୍ରେସ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ଭଦ୍ରକ ଓକିଲ ସଂଘ ସଭାପତି ସନ୍ତୋଷ ଆଚାର୍ଯ୍ୟ, ଭଦ୍ରକ ଓକିଲ ସଂଘ ଉପସଭାପତି ଅଶୋକ କୁମାର ନାୟକ, ଭଦ୍ରକ ଓକିଲ ସଂଘ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଓଡିଶା ଦଳିତ ସଂଘ ଉପସଭାପତି ବରିଷ୍ଠ ଆଇନଜୀବୀ ଅଗଣି ଚରଣ ଜେନା, ଧାମରା ପୋର୍ଟ ୱାର୍କର୍ସ ୟୁନିୟନ ସଂପାଦନ ଆଇନଜୀବୀ ରାଧାନାଥ ଦାସ, ଭଦ୍ରକ-ଧାମରା ରେଳସଂଗ୍ରାମ ସମିତି ସଂପାଦକ ହାକିମ ଦାସ, ବରିଷ୍ଠ ଆଇନଜୀବୀ ଶଶିଭୂଷଣ ପଣ୍ଡା, ଭଦ୍ରକ ପୌରପାରିଷଦ ଇଲିଆସ ଖାନ୍‌, ବିଜୁ ଯୁବ ଜନତା ଦଳ ନେତା ନାସିରୁଦ୍ଦିନ ଖାନ୍ , ସଂଗ୍ରାମ ସମିତି ସଭ୍ୟ ଚାଷୀ ନେତା ଚକ୍ରଧର ଦାସ, ଗୌରାଙ୍ଗ ଯେନା, ଗଙ୍ଗାଧର ମହାଳିକ, ଜୟନୂଲ ଆବେଦିନ, ପ୍ରତାପ ଦାସ, ଭାଗବତ ସେନାପତି, ଅଚକ ଗ୍ରାମ ପଂଚାୟତ ବିଜେଡି ନେତା ସୁବାଷ ନାଥ , ପ୍ରଫେସର ଡ ପ୍ରହଲ୍ଲାଦ ପତି, ଧାମରା ଅଂଚଳର ଚାଷୀ ନେତା ଶଙ୍କର୍ଷଣ ବିଶ୍ୱାଳ, ଯୁବନେତା ବିପ୍ଲବ ଜେନା, ଯୁବନେତା ଜିଲାନି ଖାନ୍‌, ମହିଳା ନେତ୍ରୀ ସାବିତ୍ରୀ ମଙ୍ଗୁଆଳ, ସରସ୍ୱତୀ ବାରିକ୍‌, ମଧୁସ୍ମିତା ପାକଳ, ନନ୍ଦିନୀ ମାଝୀ ପ୍ରମୁଖ ଯୋଗଦେଇ ଅବିଳମ୍ବେ ଯାତ୍ରୀବାହୀ ରେଳ ଚଳାଚଳ ଦାବି ସମେତ ସମସ୍ତ ଦାବି ପୂରଣ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ନିବେଦନ କରିଥିଲେ । ଭଦ୍ରକ-ଧାମରା ରେଳସଂଗ୍ରାମ ସମିତି ସଭାପତି ବିକାଶ ନାଥ ଓ ସଂପାଦକ ହାକିମ ଦାସ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆସନ୍ତା ୧ ମାସ ଭିତରେ ଯାତ୍ରୀବାହୀ ରେଳ ଚଳାଚଳ ନକଲେ ଫେବୃଆରୀ ୧୫ ତାରିଖ ରେ ଭଦ୍ରକ-ଧାମରା ରେଳପଥର ବିଭିନ୍ନ ସ୍ଥାନରେ ରେଳରୋକ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ସଂଗ୍ରାମ ସମିତିର ସଭାପତି ବିକାଶ ନାଥ ଓ ସଂପାଦକ ହାକିମ ଦାସ ଧାରଣା ସ୍ଥଳରେ ଘୋଷଣା କରିଥିଲେ । ଏହି ଧାରଣାରେ ଭଦ୍ରକ ଜିଲ୍ଲାର ପ୍ରାୟ ୩୦୦ ସାଧାରଣ ଜନତା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande