
ସମ୍ବଲପୁର, ୧୨ ଜାନୁଆରୀ (ହି.ସ.)- ସମ୍ବଲପୁର ଜିଲ୍ଲା ଜମନକିରା ମହାବିଦ୍ୟାଳୟର ଅଡିଟୋରିଅମ୍ କକ୍ଷରେ ବାବା ମୁକ୍ତେଶ୍ଵର ସାହିତ୍ୟ ସଂସଦର ଅଷ୍ଟମ ବାର୍ଷିକ ଉତ୍ସବ ଓ ସୁବର୍ଣ୍ଣ ସ୍ମୃତି ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଓ କବିତା ପାଠ ମହୋତ୍ସବ ଅତି ଆଡମ୍ବର ସହିତ ପାଳନ କରାଯାଇଥିଲା । ବରିଷ୍ଠ କବି ମୁରଲୀ ଧର ନାୟକ ଏହି କବିତା ପାଠରେ ସଭାପତିର ଦାୟିତ୍ଵ ବହନ କରି ସଭା କାର୍ଯ୍ୟ ତୁଲାଇ ଥିଲେ। ମୁଖ୍ୟ ଅତିତିଥି ଭାବରେ ବଉଦର ବିଶିଷ୍ଟ ସାହିତ୍ୟିକ ଡି.ଇ ସଞ୍ଜୟ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବରେ ଡଃ. ମମତା ପ୍ରିୟଦର୍ଶିନୀ ସାହୁ ସହକାରି ପ୍ରଫେସର ବି.ଇ.ଡି. କଲେଜ ସମ୍ବଲପୁର, ସମ୍ମାନିତ ଅତିଥି ଭାବରେ ବରିଷ୍ଠ କବି, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ପ୍ରଫୁଲ୍ଲ କୁମାର ମହାପାତ୍ର ଦେବଗଡ଼, ବରିଷ୍ଠ ଆଇନଜୀବି ଓ ବରିଷ୍ଠ କବି ହୃଦାନନ୍ଦ ଶର୍ମା କୁଚିଣ୍ଡା, ଆଇନଜୀବୀ ବିଭୂତି ଭୂଷଣ ଗଙ୍ଗଦେବ ଦେବଗଡ଼, ଲାଇକେରା ଓ କୁଚିଣ୍ଡାର ପୂର୍ବତନ ବିଧାନସଭା ସଦସ୍ୟ ବୃନ୍ଦାବନ ମାଝୀ, ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ଓ ବରିଷ୍ଠ କବି ଦେବରାଜ ସାହୁ, ସୁନ୍ଦରଗଡ଼, ବରିଷ୍ଠ କବି ଓ ସମାଜସେବୀ ବିଶିଷ୍ଟ ବ୍ୟକ୍ତି ସୋମନାଥ ମିଶ୍ର ବିନିକା, ସୋନପୁର ଓ ଜମନକିରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଯୋଗଦେଇଥିଲେ । ଫାଶିମାଲ କଲେଜର ଅଧ୍ୟକ୍ଷା ଜ୍ୟୋସ୍ନାମୟୀ ଦଳବେହେରା କବିତା ଗୁଡ଼ିକୁ ସଂଯୋଜନା କରିଥିଲେ । ସଂସଦର ସଂପାଦକ କବି ପ୍ରମୋଦ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କବିତା ପାଠ ଉତ୍ସବରେ ପ୍ରାୟ ଷାଠିଏ ଜଣ କବି କବୟିତ୍ରୀ ଯୋଗଦେଇଥିଲେ । ବିନିକାରୁ କବି ନିରଞ୍ଜନ ପଣ୍ଡା, ତନ୍ମୟୀ ଅଗସ୍ତି, ଦୀପା ମାହାଣା, ଶ୍ରଦ୍ଧାଞ୍ଜଳି ପଣ୍ଡା, ଅନିତା ପଣ୍ଡା ଓ ସାଥି ବୃନ୍ଦ, ଦେବଗଡରୁ ଯତୀନ ପଧାନ, ଉଦୟ ପଧାନ, ରାଧା ମୋହନ ଷଡ଼ଙ୍ଗୀ ଓ ସାଥି ଗଣ, ରେଙ୍ଗାଲ ବେଡ଼ାରୁ ବିପିନ ବିହାରୀ ପୃଷ୍ଟି, ଅବନିକାନ୍ତ ପାଣି, ଲୋକନାଥ ବେହେରା ଓ ସାଥି ଗଣ, କୁଚିଣ୍ଡାରୁ ବନମାଳୀ ନାମଦେଓ, ବସନ୍ତ କୁମାର ଚୌଧୁରୀ, ସୁବାସ ଚନ୍ଦ୍ର ନାୟକ ଓ ସାଥିଗଣ, ସମ୍ବଲପୁରରୁ ପ୍ରଦ୍ୟୁମ୍ନ ବିଶି, ତରଣି ଦଣ୍ଡସେନା, ଅନୂପମା ବିଶ୍ୱାଳ ଓ ସାଥି ଜମନକିରାରୁ କାଞ୍ଚନ ଜୟପୁରିଆ, ରମେଶ ସୁନାର ପ୍ରମୋଦ କୁମାର ନାୟକ । ଏହି କବିତା ପାଠ ଉତ୍ସବରେ ମୁକ୍ତେଶ୍ଵର ସାହିତ୍ୟ ସଂସଦ ତରଫରୁ ପାଞ୍ଚ ଜଣ କବିଙ୍କୁ ଓ ସୁବର୍ଣ୍ଣ ସ୍ମୃତି ତରଫରୁ ପାଞ୍ଚ ଜଣ କବୟିତ୍ରୀଙ୍କୁ ସମ୍ମାନ ପତ୍ର ସହିତ ଉତ୍ତରୀୟ , ଫୁଲତୋଡ଼ା ଓ ଫଳକ ଦେଇ ସମ୍ମାନିତ କରାଯାଇଥିଲା ।
ଏହି କବିତା ପାଠରେ ଯୋଗଦେଇଥିବା ଅନ୍ୟାନ୍ୟ କବିଙ୍କୁ ପ୍ରଶଂସା ପତ୍ର ଦିଆଯାଇଥିଲା । ଶେଷରେ ସଂପାଦକ ପ୍ରମୋଦ କୁମାର ଯୋଗ ଦେଇଥିବା ସମସ୍ତ କବି ଓ ଅତିଥି ଗଣ ଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭାକାର୍ଯ୍ୟ ସାଙ୍ଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ