
ସମ୍ବଲପୁର, ୧୨, ଜାନୁଆରୀ (ହି.ସ.) - ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମ ର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ଭୁବନ ବ୍ଲକ ପ୍ରଶାସନ ତରଫରୁ ହାଇସ୍କୁଲ ପଡ଼ିଆରେ ସାମୁହିକ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଆୟୁଷୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସବରେ ଆତ୍ମ ନିର୍ଭରଶୀଳ ଭାରତ ସ୍ୱଦେଶୀ ସଂକଳ୍ପ ପତ୍ର ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମିଶ୍ରଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ସମେତ ପ୍ରାୟ ୫ ଶହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ସାମୁହିକ ବନ୍ଦେ ମାତରଂ ଗାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ