ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
* ବିଭିନ୍ନ ପ୍ରକାର ର ୫୨( ବାଆବନ) ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ :
ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଅନ୍ଧାରିବାଞ୍ଜି  ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ  :

ସୁବର୍ଣ୍ଣପୁର, ୧୨ ଜାନୁଆରୀ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଅନ୍ଧାରିବାଞ୍ଜୀ ଗ୍ରାମ କାର୍ଯ୍ୟାଳୟର ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ମିଳିତ ଅଭିଯୋଗ ଶୁଣାଣି ଆରମ୍ଭ ହେବା ପୂର୍ବରୁ ଆନ୍ଧରିବାଞ୍ଜି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସମସ୍ତ ମହିଳାଙ୍କ ପାଇଁ ନୂତନ ଭାବେ ନିର୍ମିତ ବିଶ୍ରାମ ଗୃହ ସହିତ ନିଜ ଶିଶୁ ମାନକ ପାଇଁ ସ୍ତନ୍ୟପାନ ପାଇଁ ମା ଓ ମମତା କକ୍ଷକୁ ଜିଲ୍ଲାପାଳଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା। ତା'ପରେ ଡଃ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୫୨ ( ବାଆବନ୍) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୩୭ ( ସଇଁତିରିଶ) ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୧୫ (ପନ୍ଦର) ଗୋଟି ସାମୁହିକ ଦରଖାସ୍ତ ହସ୍ତଗତ ହୋଇଥିଲା। ତନ୍ମଧ୍ୟରୁ ୦୮(ଆଠ) ଗୋଟି ଅଭିଯୋଗ ପତ୍ର ତୁରନ୍ତ ଅଭିଯୋଗ ଶୁଣାଣୀ ଶିବିର ରେ ସମାଧାନ କରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଡୁଙ୍ଗୁରିପାଲି, ଦିଲୀପ କୁମାର ବାଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର। ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅଶ୍ୱିନୀ କୁମାର ମେହେର, ଅଧ୍ୟକ୍ଷା, ଡୁଙ୍ଗୁରିପାଲି ପଞ୍ଚାୟତ ସମିତି, ଶ୍ରୀମତି ଅହଲ୍ୟା ସାହୁ, ଉପ - ଜିଲ୍ଲାପାଳ, ସୋନପୁରଙ୍କ ପ୍ରତିନିଧି, ସହକାରୀ ଜିଲ୍ଲାପାଳ,ଶ୍ରୀଅଜିତ କୁମାର ତ୍ରିପାଠୀଙ୍କ ସମେତ ତହସିଲଦାର, ରାମପୁର, ବିମଳ କିଶୋର ପାତ୍ର , ସରପଞ୍ଚ, ଅନ୍ଧରିବାଞ୍ଜି ଗ୍ରାମ ପଞ୍ଚାୟତ ଶ୍ରୀମତି ତେଯୋମୟୀ ସାହୁ ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ ବୃନ୍ଦଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଦୁଇ ଜଣ ଭିନ୍ନକ୍ଷମ ହିତାଧିକାରୀ ଶ୍ରୀମତି ମାଧବୀ ନାୟକ, ନିବାସୀ - ଅନ୍ଧରିବାଞ୍ଜୀ ଓ ଶ୍ରୀ ଟିଟୁ ସୁନା, ନିବାସୀ - ଗଣିଆ ଙ୍କୁ ଭିନ୍ନକ୍ଷମ ଭତ୍ତା ବିତରଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande