ବୋର୍ଡା ଧାନ ମଣ୍ଡିରେ ଏଜେଂଟଙ୍କ ଦାଦାଗିରି, ଚାଷୀକୁ ପିଟିଲା ଏଜେଂଟ ପୋଲିସ ଦ୍ୱାରସ୍ଥ
ଭବାନୀପାଟଣା, ୧୨ ଜାନୁୟାରୀ (ହି.ସ.) - ଭବାନୀପାଟଣା ବ୍ଲକ ବୋର୍ଡ଼ା ଧାନ ମଣ୍ଡିରେ ଗତ କାଲି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଜଣେ ଚାଷୀଙ୍କୁ ଏଜେଂଟ ବେ ଇଯତ କରି ଗାଳି ଗୁଲଜ ସହ ପିଟା ମରା କରିଥିବା ଜଣାଯାଏ । ଘଟଣାରୁ ଜଣାଯାଏ ଯେ ମଣ୍ଡିରେ ସର୍ଗିଗୁଡାର ଚାଷୀ ଶକ୍ତିମାନ ବଗର୍ତ ଧାନ ମଣ୍ଡିର
ବୋର୍ଡା ଧାନ ମଣ୍ଡିରେ ଏଜେଣ୍ଟ ଙ୍କ ଦାଦା ଗିରି, ଚାଷୀକୁ ପିଟିଲା ଏଜେଣ୍ଟ ପୋଲିସ ଦ୍ଵାରସ୍ଥ


ଭବାନୀପାଟଣା, ୧୨ ଜାନୁୟାରୀ (ହି.ସ.) - ଭବାନୀପାଟଣା ବ୍ଲକ ବୋର୍ଡ଼ା ଧାନ ମଣ୍ଡିରେ ଗତ କାଲି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଜଣେ ଚାଷୀଙ୍କୁ ଏଜେଂଟ ବେ ଇଯତ କରି ଗାଳି ଗୁଲଜ ସହ ପିଟା ମରା କରିଥିବା ଜଣାଯାଏ । ଘଟଣାରୁ ଜଣାଯାଏ ଯେ ମଣ୍ଡିରେ ସର୍ଗିଗୁଡାର ଚାଷୀ ଶକ୍ତିମାନ ବଗର୍ତ ଧାନ ମଣ୍ଡିରେ ଧାନ ବିକିବାକୁ ଜଗି ଥିବା ବେଳେ ଅଖା ବସ୍ତାକୁ କଳା ବଜାରୀ କରୁଥିବା ଉପରେ ଚ।ଷୀ କହିବାରୁ ଏଜେଂଟ ଗୋଲଡି ଜୈନ ଅଚାନକ ଚ।ଷୀ ଉପରକୁ ଆକ୍ରମଣ କରିଥିଲେଏବଂ ବିଭିନ୍ନ ଗାଳି ଗୁଲଜ ସହ ହତ୍ୟା ଧମକ ଦେଇ ଥିଲେ । ଏହା ସହ ଏଜେଂଟଙ୍କ ଭାଇ ଅନିଲ ଜୈନ ମଧ୍ୟ ଆକ୍ରମଣ କରିଥିଲେ । ଅନ୍ୟାନ୍ୟ ଚାଷୀ ମାନେ ବୁଝା ସୁଜା କରି ବାରେ ଗଣ୍ଡଗୋଳ ଟିକେ ଶାନ୍ତ ହୋଇ ଥିଲା ଓ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ ଉଭୟ ପକ୍ଷ ରୁ ଅଭିଯୋଗ କରିଥିଲେ । ଆଜି ସକାଳେ ଖବର ପାଇ ଗଣ ପ୍ରତିନିଧି ଧାନ ମଣ୍ଡିକୁ ଯାଇ ମଣ୍ଡି ର ସ୍ଥିତି ଅନୁଧ୍ୟାନ କରି ବିଭାଗୀୟ କର୍ମ କର୍ତା ଜୟନ୍ତ ନାଏକ ଗଣ ପ୍ରତିନିଧିଙ୍କୁ ପ୍ରକାଶ କରନ୍ତି ଯେ ଗଣ୍ଡ ଗୋଲ ସମୟ ରେ ଅନୁପସ୍ଥିତ ଥିବା ପ୍ରକାଶ କରିଥିଲେ । ବସ୍ତା ଚାଷୀ ଙ୍କୁ ଯୋଗାଇବାରେ ଅନିୟମିତତା ହେଉ ଥିବା, ଚାଷୀ ଙ୍କ ଧାନ ବସ୍ତା ଙ୍କୁ ଅନ ଲୋଡ଼ ବାବଦ କୁ ୧୦ଟଙ୍କା କଲେକସନ କରୁଥିବା ଜଣାଯାଇଛି । ଚଷୀଙ୍କ ଟଙ୍କାକୁ ଆଗ ପଛ କରି ପ୍ରିୟା ପ୍ରୀତି କରୁଥିବା ଚାଷୀ ଙ୍କ ଅଭିଯୋଗ ରୁ ଜଣାଯାଏ । ପୁଣି ଏହି ମଣ୍ଡିରେ କଟନୀ ଛଟନୀ ୫-୭କେଜି ହେଉଥିବା ପ୍ରକାଶ । ମଣ୍ଡି ଦାୟିତ୍ୱରେ ସମ୍ପାଦକ, ସଭାପତିଙ୍କ ପ୍ରତିକ୍ରିୟାରେ ଏଜେଂଟଙ୍କ ମନମୁଖୀ ହେଉଥିବା ପ୍ରକାଶ । ପୁଣି ଏହି ମଣ୍ଡିରେ ଚଷୀଙ୍କୁ ଅସହଯୋଗ କରୁଥିବା ଜଣାଯାଏ । ଏହି ଧାନ ମଣ୍ଡିରେ ବିଭିନ୍ନ ଚଷୀ ମାରାଣ ନୀତି ଚାଲିଛି । ନିରୀହ ଚଷୀ ମାନେ ଧାନ ବିକ୍ରି କରିବାକୁ ହନ୍ତ ସନ୍ତ ହେଉଛନ୍ତି । ଏ ଦିଗରେ ଗୁରୁତ୍ୱ ଦେବାର ଅତି ଆବଶ୍ୟକ ଅଛି । ଦେଖିବାର କଥା ଯେ କେବେ ଏହି ମଣ୍ଡି ର ଦୁର୍ନୀତି ହଟୁଛି ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande