ଫେବୃୟାରୀ ୨୨ ତାରଖରେ ବଲାଙ୍ଗିର ନାଗରିକ କମିଟିର ନିର୍ବାଚନ
ବଲାଙ୍ଗିର, 12 ଜାନୁଆରି (ହି.ସ.) ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ବସିଥିବା କାର୍ଯ୍ୟକାରି କମିଟିରେ ନିଆଯାଇଥିବା ନିଷ୍ପତ୍ତି ଏଠାରେ ଅନୁମୋଦିତ ହୋଇଥିଲା । ପ୍ରକାଶ ଥାଉ କି ଏ ବର୍ଷ ୫୪ଜଣ ନୂତନ ସଦସ୍ୟତା ଗ୍ରହଣ
ଫେବୃୟାରୀ ୨୨ ତାରଖରେ ବଲାଙ୍ଗିର ନାଗରିକ କମିଟିର ନିର୍ବାଚନ


ଫେବୃୟାରୀ ୨୨ ତାରଖରେ ବଲାଙ୍ଗିର ନାଗରିକ କମିଟିର ନିର୍ବାଚନ


ବଲାଙ୍ଗିର, 12 ଜାନୁଆରି (ହି.ସ.)

ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ବସିଥିବା କାର୍ଯ୍ୟକାରି କମିଟିରେ ନିଆଯାଇଥିବା ନିଷ୍ପତ୍ତି ଏଠାରେ ଅନୁମୋଦିତ ହୋଇଥିଲା । ପ୍ରକାଶ ଥାଉ କି ଏ ବର୍ଷ ୫୪ଜଣ ନୂତନ ସଦସ୍ୟତା ଗ୍ରହଣ କରିବା ପରେ ନାଗରିକ କମିଟିର ସଭ୍ୟ ସଭ୍ୟା ୨୯୯ ଜଣରେ ପହଂଚିଛି । ତନ୍ମଧ୍ୟରୁ ଚାରି ଜଣଙ୍କ ଦେହାନ୍ତ ହୋଇ ସାରିଛି ଓ ୫୪ ଜଣ ସଭ୍ୟ ଚାନ୍ଦା ପୈଠ କରିନାହାନ୍ତି । ସୁତରାଂ ୨୪୧ ଜଣ ସଦସ୍ୟ ଆଗାମୀ ନିର୍ବାଚନରେ ଭୋଟ ଦେଇ ପାରିବେ ବୋଲି ସଭାରେ ଘୋଷିତ ହେଲା । ଯେଉଁ ୫୪ ଜଣ ସଭ୍ୟ ଚାନ୍ଦ ଦେଇ ନାହାନ୍ତି ସେମାନଙ୍କ ସଭ୍ୟପଦ ରହିବ ଓ ପରବର୍ତ୍ତି ସମୟରେ ସେମାନେ ପୁନଃ ନବୀକରଣ କରିପାରିବେ ମାତ୍ର ବର୍ତ୍ତମାନ ପାଇଁ ଭୋଟ ଦେବାର ଅଧିକାର ପାଇ ପରିବେ ନାହିଁ । ଆଗାମୀ ନିର୍ବାଚନ ପାଇଁ ନରେନ୍ଦ୍ର କୁମାର ନାଥ ଙ୍କୁ ନିର୍ବାଚନ ଅଧିକାରୀ ଭାବେ ମନୋନିତ କରାଯାଇଥିବା ବେଳେ ଅଶୋକ କୁମାର ଚାନ୍ଦ ଓ ହରେକୃଷ୍ଣ ପଟେଲ ସହକାରୀ ନିର୍ବାଚନ ଅଧିକାରୀ ରୂପେ ମନୋନିତ ହୋଇଛନ୍ତି । ନୋମିନେସନ ପାଇଁ ଟ.୧୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଭୋଟର ଲିଷ୍ଟ ନେବାକୁ ଟ.୨୦ ଧାର୍ଯ୍ୟ କରାଯାଇଛି । ନୋମିନେସନ ଚଳିତ ଜାନୁୟାରୀ ୨୪ ଓ ୨୫ ତାରିଖରେ ୬ଟାରୁ ୮ ଟା ମଧ୍ୟରେ ଦାଖଲ କରାଯିବ । ତା.୨୬.୦୧.୨୦୨୬ ରେ ସନ୍ଧ୍ୟା ଘ.୫ ଟାରୁ ୬ ଟା ପ୍ରାର୍ଥି ପତ୍ର ଯାଂଚ, ୬ ରୁ ୭ ଟା ପ୍ରାର୍ଥିପତ୍ର ପ୍ରତ୍ୟାହାର, ୭ ଟା ରୁ ୮ଟା ରେ ପ୍ରାର୍ଥିତ୍ୱ ଘୋଷଣା କରାଯିବାକୁ ମନୋନୀତ ନିର୍ବାଚନ ଅଧିକାରୀ ଶ୍ରୀ ମିଶ୍ର ଘୋଷଣା କରିବା ସହିତ ଫେବୃୟାରୀ ୨୨ ତାରିଖରେ ନାଗରିକ କମିଟିର ବିଭିନ୍ନ ପଦ ପାଇଁ ନିର୍ବାଚନ ହେବ ଓ ମାର୍ଚ୍ଚ ୧ ତାରିଖରେ ନୂତନ କମିଟି ଶପଥ ଗ୍ରହଣ କରିବାକୁ ନିର୍ଦ୍ଧାରଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande