ଚମ୍ପୁଆ ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଚମ୍ପୁଆ, ୧୨ ଜାନୁଆରି (ହି.ସ.) - ଚମ୍ପୁଆ ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଚଳିତ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ସମ୍ପାଦକ କେଶବ ଚନ୍ଦ୍ର ମହାନ୍ତଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ଚମ୍ପୁଆ ଉପଜିଲ୍ଲାପା
ଚମ୍ପୁଆ ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ


ଚମ୍ପୁଆ, ୧୨ ଜାନୁଆରି (ହି.ସ.) - ଚମ୍ପୁଆ ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଚଳିତ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ସମ୍ପାଦକ କେଶବ ଚନ୍ଦ୍ର ମହାନ୍ତଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ସମ୍ମାନିତ ଅତିଥିଭାବେ ଚମ୍ପୁଆ ତହସିଲଦାର ସଜତ ମାର୍କେ, ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା ତଥା ମୁଖ୍ୟବକ୍ତା ଭାବେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ପରିଚାଳକ ପ୍ରବୀର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ସଭା କାର୍ଯ୍ୟ ପ୍ରାରମ୍ଭରେ ମାତାରିଣୀଙ୍କ ଫୋଟୋ ଚିତ୍ରରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଧୂପ ଦୀପ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଋଷ କିନ ନେଶା ମେତିଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟତ୍ରୀ ରୁପାଲି ଗୋପ ଏବଂ କାଜଲ ମହାନ୍ତ ମଂଚ ପରିଚାଳନା କରିଥିଲେ। ସମ୍ପାଦକ କେଶବ ଚନ୍ଦ୍ର ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ମାନିତ ଅତିଥି ସଜତ ମାର୍କେ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ କ୍ଷେତ୍ରରେ ନିଜକୁ ଦୃଢ, ସୁସ୍ଥ ବାତାବରଣ ସୃଷ୍ଟି କରି ନିଜକୁ ମୌଳିକ ନୈତିକତା ଉପଲବ୍ଧି କରିବା, ଉତମ ଶିକ୍ଷା ଲାଭ କରି ଭଲ ମଣିଷ ହେବା ସହିତ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ଉପଦେଶ ଦେଇଥିବାବେଳେ ମୁଖ୍ୟ ବକ୍ତା କର ପୂର୍ବତନ ଭାରତର ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଉଦାହରଣ ଦେବା ସହିତ ସ୍ୱାମି ବିବେକାନନ୍ଦଙ୍କ ଜୀବନ ଦର୍ଶନ ଉପରେ ଅନୁପ୍ରାଣିତ ହେବାକୁ ଦିଗଦର୍ଶନ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ପରିଡା ଆଧୁନିକ ଯୁଗରେ ଲୋକମାନେ ନୈତିକ ଜ୍ଞାନ ଓ ନୈତିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରି ଅଭିଭାବକ ଓ ଅଭିଭାବିକା ମାନଙ୍କୁ ସଚେତନ ହୋଇ ନିଜ ପୁଅଝିଅଙ୍କୁ ପଢିବାକୁ ସୁଯୋଗ ଦେବାକୁ ପରାମର୍ଶ ଦେବା ସହିତ ନିଜ ପାରମ୍ପରିକ ଭାଷା ସହିତ ଜଡ଼ିତ ରହିବାକୁ ପରାମର୍ଶ ଦେଇଥିଲେ। ଏହାପରେ ବାର୍ଷିକ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ବରିଷ୍ଠ ଓ କନିଷ୍ଠ ବର୍ଗର କ୍ରୀଡ଼ାବିତଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ଥିଲା। ଏହି ଅବସରରେ ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ଗୀତ ପରିବେଷଣ କରାଯାଇ ଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ଅନୁଚର, ମ୍ୟାଟ୍ରୋନ, ପାଚିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ସମସ୍ତ ଅଭିଭାବକ ଅଭିଭାବିକା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande