ଶଯ୍ୟାଶାୟୀ ସମାଜସେବୀଙ୍କୁ ଭେଟି ଅଶୁଆରୋଗ୍ୟ କାମନା କଲେ ଚିତ୍ରକୋଣ୍ଡା ବିଧାୟକ
ମାଲକାନଗିରି, ୧୨ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗ୍ରାମର ଜଣେ ଜଣାଶୁଣା ସମାଜସେବୀ ଯୁଗଳ କିଶୋର ସ୍ୱାଇଁ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ମଙ୍ଗୁ ଖିଲ । ପ୍ରକାଶ ଥାଉକି, ଯୁଗଳ କିଶୋର ସ୍ୱାଇଁ ଜଣେ ଆଗ ଧାଡିର ନେତୃତ୍ବ ନ
ଶଯ୍ୟାଶାୟୀ ସମାଜସେବୀ ଙ୍କୁ ଭେଟି ଅଶୁଆରୋଗ୍ୟ କାମନା କଲେ ଚିତ୍ରକୋଣ୍ଡା ବିଧାୟକ


ମାଲକାନଗିରି, ୧୨ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗ୍ରାମର ଜଣେ ଜଣାଶୁଣା ସମାଜସେବୀ ଯୁଗଳ କିଶୋର ସ୍ୱାଇଁ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ମଙ୍ଗୁ ଖିଲ ।

ପ୍ରକାଶ ଥାଉକି, ଯୁଗଳ କିଶୋର ସ୍ୱାଇଁ ଜଣେ ଆଗ ଧାଡିର ନେତୃତ୍ବ ନେଇଥିବା, ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ବିଶ୍ଵ ହିନ୍ଦୁ ପରିଷଦର ଜଣେ ଟାଣୁଆ କର୍ମକର୍ତ୍ତା ତଥା ସ୍ୱଚ୍ଛ ପରିବେଶ ଅଭିଯାନର ଜଣେ ବଳିଷ୍ଠ ପୁରୋଧା । କିନ୍ତୁ, ବୟସର ଅପରାହ୍ନରେ ସାମାନ୍ୟ ଅସୁସ୍ଥ ଓ ରୋଗାକ୍ରାନ୍ତ ହୋଇ ବର୍ତ୍ତମାନ ଅଧିକାଂଶ ସମୟ ଶଯ୍ୟାଶାୟୀ ହୋଇ ବିତୁଛି । ଏଭଳି ଏକ ସମୟରେ ତାଙ୍କ ଘରେ ଆଜି ପହଞ୍ଚିଛନ୍ତି ବିଧାୟକ ମଙ୍ଗୁ ଖିଲ । ତାଙ୍କ ସହ କିଛି ବାର୍ତ୍ତାଳପ କରିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ଯେହେତୁ ତାଙ୍କର ଗୋଟିଏ ଗୋଡ଼ ଅପରେସନରେ କଟିଯାଇଛି ତେଣୁ ସେ ଆଉ ଚଲାବୁଲା କରିପାରୁ ନାହାଁନ୍ତି, ଏହାକୁ ଦୃଷ୍ଟିରେ ରଖି ବିଧାୟକ, ଦିବ୍ୟାଙ୍ଗ ପାଇଁ ଉଦ୍ଦିଷ୍ଟ ଏକ ମୋଟର ଚାଳିତ ତିନି ଚକିଆ ଯାନର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯୁଗଳ କିଶୋର ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଭଳି ଏକ ଦୂର୍ବଳ ମୁହୂର୍ତ୍ତରେ ବିଧାୟକ ତାଙ୍କ ଘରକୁ ଆସି ତାଙ୍କୁ ମାନସିକ ସ୍ତରରେ ଦୃଢ଼ତା ପ୍ରଦାନ କରିଥିବାରୁ ସେ ବିଧାୟକ ମଙ୍ଗୁ ଖିଲଙ୍କୁ ସାଧୁବାଦ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande