ଏଟିମ ରୁ ଟଙ୍କ ଚୋରି ଅଭିଯୋଗ
ଜୟପୁର , 12 ଜାନୁଆରି (ହି.ସ.)ଜୟପୁରରା ଜନଅର ଛକରେ ଥିବା ଏଟିଏମରୁ ଟଙ୍କା ଚୋରି କରିନେଇଥିବା ନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୯ତାରିଖ ଦିନ ସନ୍ଧ୍ୟା ସାଢେ ୭ଟରେ ବୀଣାପାଣି ମିଶ୍ର ଟଙ୍କା ଉଠାଇବାକୁ ଏଟିମ ଭିତରକୁ ଯାଇଥିଲେ। ପଛପଟେ ଥିବା ଜଣେ ଭଦ୍ରବ୍ୟକ୍
ଏଟିମ ରୁ ଟଙ୍କ ଚୋରି ଅଭିଯୋଗ


ଜୟପୁର , 12 ଜାନୁଆରି (ହି.ସ.)ଜୟପୁରରା ଜନଅର ଛକରେ ଥିବା ଏଟିଏମରୁ ଟଙ୍କା ଚୋରି କରିନେଇଥିବା ନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୯ତାରିଖ ଦିନ ସନ୍ଧ୍ୟା ସାଢେ ୭ଟରେ ବୀଣାପାଣି ମିଶ୍ର ଟଙ୍କା ଉଠାଇବାକୁ ଏଟିମ ଭିତରକୁ ଯାଇଥିଲେ। ପଛପଟେ ଥିବା ଜଣେ ଭଦ୍ରବ୍ୟକ୍ତି ଏଟିଏମ ଛଡାଇ ନେଇ ଅନ୍ୟଏକ ଏଟିଏମ ଦେଇଦେଇଥିଲେ। ଘରକୁ ଯାଇ ଏଟିଏମ ରୁ ୧୦ ହଜାର ଟଙ୍କା ଉଠାଣ ହୋଇଥିବା ନେଇ ମେସେଜ ଆସିବା ପରେ ସେତାଙ୍କ ଏଟିଏମ ଯାଞ୍ଚ କରିଥିଲେ। ଦେଖିବା ବେଳକୁ ତାଙ୍କ ଏଟିଏମ ବଦଳିଯାଇଥିବା ଜାଣିବାକୁ ପାଇଲେ। ପରେ ସେ ଟାଉନଥାନାରେ ଏତଲା ଦେବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande