ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ
ବଲାଙ୍ଗିର, ୧୨ ଜାନୁଆରୀ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଥିମଧ୍ୟରୁ ସିଂଖମନ ଠାରୁ ଭୂତିଆରବାହାଲ, ବଲାଙ୍ଗିରଠାରୁ ଅର୍ଜୁନପୁର, ପଥରଚେପା-ଭଇଁଷା, ବଲାଙ୍ଗିର-ଚନ୍ଦନଭାଟି ରାସ୍ତାର ଉନ୍ନତିକରଣ, ବଲ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ


ବଲାଙ୍ଗିର, ୧୨ ଜାନୁଆରୀ (ହି.ସ.)-

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଥିମଧ୍ୟରୁ ସିଂଖମନ ଠାରୁ ଭୂତିଆରବାହାଲ, ବଲାଙ୍ଗିରଠାରୁ ଅର୍ଜୁନପୁର, ପଥରଚେପା-ଭଇଁଷା, ବଲାଙ୍ଗିର-ଚନ୍ଦନଭାଟି ରାସ୍ତାର ଉନ୍ନତିକରଣ, ବଲାଙ୍ଗିର ସହରର ଡ୍ରେନ ନିର୍ମାଣର ଶିଳାନ୍ୟାସ କରିଛନ୍ତି । ସେହିପରି ଭାବେ ଲୋଇସିଂହା-ଭରସୁଜା, ସାଲେଭଟା-ଆଗଲପୁର, ସାଲେଭଟା-କୁଟାସିଂହା, ଚାରିଲେନ ବିଶିଷ୍ଟ ବଲାଙ୍ଗିର ବାଇପାସ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ଥିକରଣର ଶୁଭ ଉଦ୍ଘାଟନ କରିଛନ୍ତି । ଏହା ସହ ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ବଲାଙ୍ଗିର ଜିଲ୍ଲାର ସଇଁତଳା, କଣ୍ଟାବାଞ୍ଜି ଓ ଟିଟିଲାଗଡ ଠାରେ ନୂତନ ଅଟଳ ବସଷ୍ଟାଣ୍ଡର ଲୋକର୍ପଣ କରିଛନ୍ତି । ଉକ୍ତ ଆଭାସୀ କାର୍ଯ୍ୟକ୍ରମରେ ଅସ୍ଵାନ ମାଧ୍ୟମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଯୋଗଦାନ କରିଥିଲେ ।

କଣ୍ଟାବାଞ୍ଜି ନୂତନ ଅଟଳ ବସଷ୍ଟାଣ୍ଡର ଲୋକାର୍ପଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ, ରବି ନାରାୟଣ ନାଏକ, ବିଧାୟକ, କଣ୍ଟାବାଞ୍ଜି, ଲକ୍ଷ୍ମଣ ବାଗ ଯୋଗଦାନ କରିଥିଲେ । ଟିଟିଲାଗଡର ନୂତନ ଅଟଳ ବସଷ୍ଟାଣ୍ଡର ଲୋକର୍ପଣ କାର୍ଯ୍ୟକ୍ରମରେ ବିଧାୟକ, ଟିଟିଲାଗଡ, ନବୀନ କୁମାର ଜୈନ ଯୋଗଦାନ କରିଥିଲେ । ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ବିଭାଗ, ଆଶୁତୋଷ ଜେନା, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରିୟବ୍ରତ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ପ୍ରମୁଖ ଅସ୍ଵାନରେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande