
ନୂଆପଡ଼ା, ୧୨ ଜାନୁଆରି (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୋଜପୁର ଗ୍ରାମ ପଂଚାୟତର ଭାଲୁଡ଼ୁଙ୍ଗୁରି ଗ୍ରାମରେ, ଶିବ ଶକ୍ତି କ୍ଲବର ଆୟୋଜନରେ ଦ୍ୱିତୀୟ ଡୁଙ୍ଗରବୁଢ଼ା କ୍ରିକେଟ୍ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଂଟର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚରେ ବାଦୀ ଓ ଭୁଲିଆ ସିକୁଆନ ଦଳ ମଧ୍ୟରେ ରୋମାଂଚକର ମୁକାବିଲା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ବାଦୀ ଦଳ ୧୫ ଓଭରରେ ୭ଟି ୱିକେଟ ହରାଇ ୧୪୧ ରନ୍ ସଂଗ୍ରହ କରିଥିଲା। ପ୍ରତିଉତରରେ ଭୁଲିଆସିକୁଆନ ଦଳ ୧୪.୨ ଓଭରରେ ସମସ୍ତ ୱିକେଟ ହରାଇ ୧୩୭ ରନ୍ କରିଥିଲା। ଫଳସ୍ୱରୂପ ବାଦୀ ଦଳ ୪ ରନ୍ରେ ବିଜୟୀ ହୋଇ ଦ୍ୱିତୀୟ ଡୁଙ୍ଗରବୁଢ଼ା କ୍ରିକେଟ ମହୋତ୍ସବ ୨୦୨୬ର ଚାମ୍ପିୟନ୍ ହୋଇଥିଲା। ଫାଇନାଲ୍ ମ୍ୟାଚ୍ ଅବସରରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ଟାଣ୍ଡି, ବିଜେଡି ନେତା ସନ୍ତୋଷ କୁମାର ପଟ୍ଟନାୟକ, ଅଧିବକ୍ତା ସୁଶାନ୍ତ ତାଣ୍ଡି, ରାକେଶ ଭୋଇ ଓ ସାମାଜିକ କର୍ମୀ ହେମସାଗର ନାଗ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ମ୍ୟାଚ୍ ଗୁଡ଼ିକୁ ବସନ୍ତ ଶବର, ଗଜାନନ ପଟେଲ ଓ ଆଲୋକ ବାଗ ଅମ୍ପାୟର ଭାବେ ପରିଚାଳନା କରିଥିଲେ। ମାନସ ପଟେଲ, ମନ୍ଟୁ ପଟେଲ ଓ ସରନ୍ସ ଦୁରିଆ ଧାରା ବିବରଣୀକାର ଭାବେ ଦାୟିତ୍ୱ ନିଭାଇଥିଲେ। ଦେବଦେବ ତାଣ୍ଡି, ଜିତେନ ପଟେଲ ଓ ଡମ୍ବରୁ ପଟେଲ ସ୍କୋରିଂ କାର୍ଯ୍ୟ ସମ୍ପାଦନ କରିଥିଲେ।ଶିବ ଶକ୍ତି କ୍ଲବ ଅଧ୍ୟକ୍ଷ ଲୀଳାମୟ ପଟେଲଙ୍କ ନେତୃତ୍ୱରେ ନିମାଇ ପଟେଲ, ବିକାଶ ପଟେଲ ଓ ସଚିବ ମୋହିତେନ୍ଦ୍ର ପଟେଲ, ସହିତ ନୀଳମଣି ସଗରିଆ ଓ ରାଜେଶ ପଟେଲଙ୍କ ସହଯୋଗରେ ଟୁର୍ଣ୍ଣାମେଂଟ ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ସଦସ୍ୟ ଚମ୍ପେ ପଟେଲ, ଲାଲମୋହନ ପଟେଲ, ରୋହିତ ପଟେଲ, ପ୍ରବୀଣା ବେହେରା, ଦିନନାଥ ପଟେଲ, ଚୁଲାମଣି ପଟେଲ ଏବଂ ବରିଷ୍ଠ ଗ୍ରାମବାସୀ ଅଜୟ ପଟେଲ, ସଭାପତି ପଟେଲ, ଟଙ୍କଧର ପଟେଲ, ନବୀନ ପଟେଲ, ଲକ୍ଷ୍ମୀକାନ୍ତ ପଟେଲ, ଚଂଚଳା ପଟେଲ, କୋଡ଼ୋ ପଟେଲ, ଗଗନ ପଟେଲ, ଗୋରିଆମଣି ସାଗରିଆ, ଜଗା ମୋହନ ପଟେଲ ଓ ଆକାଶ ପଟେଲ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।ଏହି ଟୁର୍ଣ୍ଣାମେଂଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଚାମ୍ପିୟନ୍ ବାଦି ଦଳକୁ ୩୦,୦୦୦ ନଗଦ ସହିତ ଟ୍ରଫି,ରନର୍ସ-ଅପ୍ ଦଳ (ଭୁଲିଆ ସିକୁଆନକୁ ୨୦,୦୦୦ ନଗଦ ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ମ୍ୟାନ୍ ଅଫ୍ ଦ ଶିରିଜମନୋଜମେହେର,ସର୍ବଶ୍ରେଷ୍ଠ ବୋଲର ଟାପନ ମେହେର (ଭୁଲିଆ ସିକୁଆନ), ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଲାଇବନ୍ୟ କୈବର୍ତ,ସର୍ବଶ୍ରେଷ୍ଠ ଉଇକେଟ୍ କୀପର ନିହାର ପଟେଲ, ଫାଇନାଲ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ମହେଶ ସାତନାମି (ବାଦି),ସର୍ବଶ୍ରେଷ୍ଠ ଫିଲ୍ଡର୍ ଅଂଶୁ ପଟେଲ(ଭାଲୁଡ଼ୁଙ୍ଗୁରି),ସର୍ବଶ୍ରେଷ୍ଠ ଶିସ୍ତାଚାର ଦଳ ସାନ୍ଧିବାହେଲିଙ୍କୁ ପ୍ରଦାନ କରାଯାଇଥିଲା। ଏଅବସରରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ବ୍ଲକ ଉପାଧ୍ୟକ୍ଷ ଗୌତମ ଟାଣ୍ଡି ଗ୍ରାମସ୍ତରରେ ଡ୍ୟୁସ୍-ବଲ୍ କ୍ରିକେଟ୍ ପ୍ରଚଳନ ପାଇଁ ଖେଳାଳି ଓ ଦଳମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ଗ୍ରାମରେ ଏକ ନୂଆ କ୍ରିକେଟ୍ ମାଇଦାନ ସ୍ଥାପନା ପାଇଁ ଶିବ ଶକ୍ତି କ୍ରିକେଟ୍ କ୍ଲବକୁ ତତ୍କାଳ ସହଯୋଗ ମିଳିବ ବୋଲି ଆଶ୍ୱାସନ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ