ବିତର୍କ ଓ ଅସହମତି ଗଣତନ୍ତ୍ରର ଆତ୍ମା, କିନ୍ତୁ ନିଷ୍ପତି ଓ ସହଯୋଗ ଅନିବାର୍ଯ୍ୟ- ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, 12 ଜାନୁଆରି (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ସୋମବାର କହିଛନ୍ତି ଯେ ବାଦ–ବିବାଦ, ଆଲୋଚନା, ମତଭେଦ ଏବଂ ଏପରିକି ସଂଘର୍ଷ ମଧ୍ୟ ଏକ ସୁସ୍ଥ ଗଣତନ୍ତ୍ରର ଆବଶ୍ୟକ ଅଂଶ, କିନ୍ତୁ ଏହାର ଶେଷ ଉଦ୍ଦେଶ୍ୟ ନିଷ୍ପତ୍ତିରେ ପହଞ୍ଚିବା ହେବା ଉଚିତ। ସେ ଜୋର ଦେଇ କହ
ଜେଏନୟୁ


ନୂଆଦିଲ୍ଲୀ, 12 ଜାନୁଆରି (ହି.ସ.)- ଉପରାଷ୍ଟ୍ରପତି

ସି.ପି. ରାଧାକୃଷ୍ଣନ ସୋମବାର କହିଛନ୍ତି ଯେ ବାଦ–ବିବାଦ, ଆଲୋଚନା, ମତଭେଦ ଏବଂ ଏପରିକି ସଂଘର୍ଷ ମଧ୍ୟ ଏକ ସୁସ୍ଥ ଗଣତନ୍ତ୍ରର ଆବଶ୍ୟକ ଅଂଶ, କିନ୍ତୁ ଏହାର ଶେଷ ଉଦ୍ଦେଶ୍ୟ ନିଷ୍ପତ୍ତିରେ ପହଞ୍ଚିବା ହେବା ଉଚିତ। ସେ

ଜୋର ଦେଇ କହିଛନ୍ତି ଯେ ଥରେ ନିଷ୍ପତ୍ତି ହୋଇଗଲେ, ତାହାର ପ୍ରଭାବଶାଳୀ ଏବଂ ସୁଚାରୁ ରୂପେ କାର୍ଯ୍ୟାନ୍ବୟନ ପାଇଁ ସାମୂହିକ

ସହଯୋଗ ଅତ୍ୟାବଶ୍ୟକ।

ଉପରାଷ୍ଟ୍ରପତି ଏଠାରେ ଜବାହରଲାଲ

ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ୯ମ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧନ କରୁଛନ୍ତି। ସେ ଉପାଧି

ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ଜ୍ଞାନ ଓ କୌଶଳକୁ ରାଷ୍ଟ୍ରସେବାରେ

ନିୟୋଜିତ କରିବାକୁ ଆହ୍ୱାନ ଜଣାଇଥିଲେ।

ଜେଏନୟୁର ଗଣତାନ୍ତ୍ରିକ ପରମ୍ପରାର

ଉଲ୍ଲେଖ କରି ଉପରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଚିନ୍ତାଧାରାର ସ୍ୱାଧୀନତା, ବାଦ–ବିବାଦ, ଆଲୋଚନା, ମତଭେଦ ଏବଂ ବିଚାର ମନ୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସୁଚାରୁ ପ୍ରଶାସନ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ନିଷ୍କର୍ଷ ଓ

ସହଯୋଗର ଭାବନା ମଧ୍ୟ ସେତିକି ଆବଶ୍ୟକ।

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ

ଅବସରରେ ତାଙ୍କର ବିଚାରଗୁଡ଼ିକୁ ସ୍ମରଣ କରି ଉପରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷା କେବଳ ଡିଗ୍ରୀ

ହାସଲ କରିବା ପର୍ଯ୍ୟନ୍ତ ସୀମିତ ରହିବା ଉଚିତ ନୁହେଁ; ବରଂ ତାହାର ଉଦ୍ଦେଶ୍ୟ ଚରିତ୍ର ଗଠନ, ବୌଦ୍ଧିକ ସଶକ୍ତିକରଣ ଏବଂ ଆତ୍ମନିର୍ଭରତା ହେବା ଉଚିତ। ଶିକ୍ଷା ଏବଂ ସମୁଚିତ

ପ୍ରଶିକ୍ଷଣ ମାଧ୍ୟମରେ ହିଁ ଭାରତର ଯୁବବର୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ–୨୦୪୭’ ସଙ୍କଳ୍ପକୁ ସାକାର କରିପାରିବ।

ଭାରତର ପ୍ରାଚୀନ ଜ୍ଞାନ

ପରମ୍ପରାର ଉଲ୍ଲେଖ କରି ଉପରାଷ୍ଟ୍ରପତି ନାଳନ୍ଦା ଏବଂ ତକ୍ଷଶିଳା ପରି ପ୍ରାଚୀନ ଶିକ୍ଷା

କେନ୍ଦ୍ରଗୁଡ଼ିକୁ ସ୍ମରଣ କରିଛନ୍ତି। ସେ କହିଛନ୍ତି ଯେ ଉପନିଷଦ, ଭଗବଦ୍ଗୀତା, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଏବଂ ତିରୁକ୍କୁରଳ ପରି ଗ୍ରନ୍ଥଗୁଡ଼ିକରେ

ଶିକ୍ଷାକୁ ସାମାଜିକ ଏବଂ ନୀତିଗତ ଜୀବନର କେନ୍ଦ୍ରବିନ୍ଦୁ ଭାବେ ଦେଖାଯାଇଛି।

ଉପରାଷ୍ଟ୍ରପତି ଜେଏନୟୁର

ସମାବେଶୀ ପରିବେଶ, ଭାରତୀୟ

ଭାଷାମାନଙ୍କ ଏବଂ ସଭ୍ୟତାମୂଳକ ଅଧ୍ୟୟନକୁ ପ୍ରୋତ୍ସାହନ ଦେବା ପାଇଁ ହେଉଥିବା ପ୍ରୟାସଗୁଡ଼ିକୁ

ମଧ୍ୟ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ଭାବନା ଅନୁଯାୟୀ

ମାତୃଭାଷାରେ ଜ୍ଞାନ ସୃଜନକୁ ପ୍ରୋତ୍ସାହିତ କରାଯିବା ଉଚିତ।

ଉପରାଷ୍ଟ୍ରପତି

ଛାତ୍ରଛାତ୍ରୀମାନଙ୍କୁ ତିନିଟି ମୂଳ ଦାୟିତ୍ୱ ପାଳନ କରିବାକୁ ଆହ୍ୱାନ କରିଛନ୍ତି—ସତ୍ୟର ସନ୍ଧାନରେ ବୌଦ୍ଧିକ ସତ୍ୟନିଷ୍ଠା, ଅସମାନତା କମେଇବା ପାଇଁ ସାମାଜିକ ସମାବେଶନ ଏବଂ ରାଷ୍ଟ୍ର ନିର୍ମାଣରେ

ସକ୍ରିୟ ଅବଦାନ। ସେ ସମ୍ବିଧାନିକ ମୂଲ୍ୟବୋଧ ଏବଂ ଭାରତର ସଭ୍ୟତାମୂଳକ ପରମ୍ପରାରୁ ପ୍ରେରଣା

ନେବା ସହିତ ସଦା ମାତା–ପିତା ଏବଂ ଶିକ୍ଷକମାନଙ୍କ ପ୍ରତି ସମ୍ମାନ ରଖିବାକୁ ଆହ୍ୱାନ ଜଣାଇଛନ୍ତି।

ଏହି ଅବସରରେ କେନ୍ଦ୍ରୀୟ

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସମାଲୋଚନାତ୍ମକ ଚିନ୍ତନ ହେଉଛି ଜେଏନୟୁର

ଆତ୍ମା। ସେ କହିଛନ୍ତି ଯେ ଜେଏନୟୁରେ ବାଦ–ବିବାଦ, ଆଲୋଚନା, ସାଂସ୍କୃତିକ ଅଭିବ୍ୟକ୍ତି ଏବଂ ବୌଦ୍ଧିକ ସଂବାଦର ଏକ ସଜୀବ ପରମ୍ପରା

ରହିଆସିଛି। ଜେଏନୟୁ ଏକ ଏମିତି ବୌଦ୍ଧିକ କେନ୍ଦ୍ର ରହିଛି, ଯେଉଁଠାରେ ବିଚାରଗୁଡ଼ିକୁ ପରୀକ୍ଷା କରାଯାଏ, ନିଖାରାଯାଏ ଏବଂ ବିକାଶ କରାଯାଏ, ଯାହା ପରେ ଜାତୀୟ ନୀତି ଗଠନରେ ଅବଦାନ ରଖେ।

ଶିକ୍ଷାମନ୍ତ୍ରୀ କହିଛନ୍ତି

ଯେ ଜେଏନୟୁର ଶିକ୍ଷାନୁଷ୍ଠାନିକ ପରିବେଶ ନେତୃତ୍ୱ ବିକାଶ ପାଇଁ ଏକ ସଶକ୍ତ କେନ୍ଦ୍ର ରହିଛି।

ଡ଼. ଡିପି ତ୍ରିପାଠୀ, ସୀତାରାମ ଯେଚୁରୀ, ପ୍ରକାଶ କରାଟ, କେନ୍ଦ୍ରୀୟ ମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶମନ୍ତ୍ରୀ ଡ଼. ଏସ୍. ଜୟଶଙ୍କର ଏବଂ ସାଂସଦ ଡ଼. ଜନ୍ ବ୍ରିଟାସ

ପରି ପ୍ରତିଷ୍ଠିତ ପୂର୍ବ ଛାତ୍ରମାନଙ୍କ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ସମସ୍ତେ ସାର୍ବଜନୀନ

ଜୀବନରେ ଏକ ବିଶିଷ୍ଟ ପରିଚୟ ସୃଷ୍ଟି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande