ଗଞ୍ଜାମ ଜିଲ୍ଲା ପୁରୋହିତ ସମିତିର ବାର୍ଷିକ ଉତ୍ସବ
ଗଞାମ, ୧୨ ଜାନୁଆରୀ (ହି.ସ.)- ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ପକ୍ଷରୁ ୨୮ତମ ବାର୍ଷିକ ଉତ୍ସବ ବ୍ରହ୍ମପୁର ଡୁଦୁମା କଲୋନୀ ଓଁ ନଗର ଦ୍ଵିତୀୟ ସରଣୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ସମିତି ସଭାପତି ପଣ୍ଡିତ ନୀଳମାଧବ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ପଣ୍ଡିତ ସନ୍ତୋଷ
ଗଞ୍ଜାମ ଜିଲ୍ଲା ପୁରୋହିତ ସମିତି ର ବାର୍ଷିକ ଉତ୍ସବ


ଗଞାମ, ୧୨ ଜାନୁଆରୀ (ହି.ସ.)- ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ପକ୍ଷରୁ ୨୮ତମ ବାର୍ଷିକ ଉତ୍ସବ ବ୍ରହ୍ମପୁର ଡୁଦୁମା କଲୋନୀ ଓଁ ନଗର ଦ୍ଵିତୀୟ ସରଣୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ସମିତି ସଭାପତି ପଣ୍ଡିତ ନୀଳମାଧବ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ପଣ୍ଡିତ ସନ୍ତୋଷ କର, ଉପସଭାପତି ପଣ୍ତିତ ନରସିଂହ ପାଢ଼ି, କରୁଣାକର ଦାସ, ଅକ୍ଷୟ କୁମାର ପାଢୀ, ସହ ସମ୍ପାଦକ ନିରଞ୍ଜନ ନନ୍ଦ, ଟୁଟୁ ରଥ, ରବୀନ୍ଦ୍ର ଷଡ଼ଙ୍ଗୀ, ବାବୁଲା ଷଡ଼ଙ୍ଗୀ, ଉମାକାନ୍ତ ରଥ, ପ୍ରକାଶ ଚନ୍ଦ୍ର ଦାସ, ବାପନ୍ ଶତପଥୀ, ବାଳକୃଷ୍ଣ ତ୍ରିପାଠୀ, ଅରୁଣ ଶତପଥୀ ସମେତ ଶତାଧିକ ବ୍ରାହ୍ମଣ ପୁରୋହିତ ସଦସ୍ୟ ପ୍ରଥମ ଦିବସ ଅଧିବେଶନରେ ଉପସ୍ଥିତି ଥିଲେ।

ମୁଖ୍ୟ ଅତିଥି ଡକ୍ଟର ସନାତନ ପଣ୍ଡା, ମୁଖ୍ୟବକ୍ତା କବି ରଶ୍ମି ପଣ୍ତିତ ବ୍ରଜବନ୍ଧୁ ତ୍ରିପାଠୀ କର୍ତ୍ତା ସପତ୍ନିକ ସନ୍ତୋଷ ରଥ ବିଶ୍ୱକଲ୍ୟାନ ନିମନ୍ତେ ଗୀତା ଯଜ୍ଞ, ସପ୍ତଶତୀ ଚଣ୍ଡୀ,ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande